ଦୀନକୃଷ୍ଣ କଲେଜର ସଂସ୍କୃତ ବିଭାଗରେ ସମ୍ବର୍ଦ୍ଧନା ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ କଲେଜର ସଂସ୍କୃତ ବିଭାଗରେ ୩ୟ ବର୍ଷର ଛାରତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ପ୍ରଥମବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହିତ ଗୁରୁଦିବସ ପାଳିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ବିଭାଗୀୟ ଅଧ୍ୟାପକ ରତନ କୁମାର କର ଓ ଅଧ୍ୟାପିକା ପୁଷ୍ପାଞ୍ଜଳି ପାଇକରାୟ ଛାତ୍ରଜୀବନର କର୍ତ୍ତବ୍ୟ ଓ ମହତ୍ୱ ସଂପର୍କରେ କହିଥିଲେ । ସଂସ୍କୃତ ବିଭାଗରେ ଅଧିକ ନମ୍ବର ରଖିଥିବା ତଥା ମହାବିଦ୍ୟାଳୟରେ ୨ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛରତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା