ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟର ନବମ ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀ ପାଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟାଳୟ ଏକ ଦେବାଳୟ, କୋମଳମତି ଶିଶୁମାନେ ଫୁଲ ସଦୃଶ । ଶିକ୍ଷକମାନେ ତ୍ୟାଗ ଓ ସାଧନ ଦ୍ୱାରା ଜାତିର ଭବିଷ୍ୟତଧର ମାନଙ୍କୁ ଗଢିବା ଉଚିତ ବୋଲି ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ରାଇବଣିଆର ଖୁଆଡସ୍ଥିତ ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟର ନବମ ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ସଭାରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ରମୋହନ କାପୁଡି ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଯୋଗ ଦେଇ ଆତ୍ମୀୟତା, ମୋହନୀୟତା ବଳରେ ସତ୍ୟ, ସଂସ୍କୃତି, ସମ୍ମାନ, ଭାଇଚାରା ଉଦ୍ରେକ ହୋଇପାରେ ବୋଲି କହିବା ସହିତ ଶିକ୍ଷକମାନେ ଏହି ସବୁ ଗୁଣକୁ ଆଦରି ନେବା ଉଚିତ୍ ବୋଲି କହିଥିଲେ । ଏହି ବିଦ୍ୟାଳୟକୁ ସରକାର ୫ଟି ଯୋଜନାରେ ସ୍ଥାନିତ କରିଥିବାରୁ ଏହାର ବିକାଶ ଲାଗି ପୁରାତନ ଛାତ୍ରସଂଘ ଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ ଭଗୀରଥ ଗିରି ଯୋଗ ଦେଇ ପୁରାତନ ଛାତ୍ରସଂଘ ୭ କୋଟି ୩୩ ଲକ୍ଷ ଜମା କରି ସରକାରଙ୍କ ଠାରୁ ୨୧ଲକ୍ଷ୯୯ହଜାର ଟଙ୍କା ପାଇଥିବା ସଂପର୍କରେ ସୂଚନା ଦେଇଥିଲେ । ପୂର୍ବତନ ଛାତ୍ର ତଥା ବିଧାୟକ ଅଶ୍ୱିନୀ କୁମାର ପାତ୍ର ଆଜି ୧ଲକ୍ଷ ଟଙ୍କାର ଚେକ୍ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ । ପୂର୍ବତନ ଛାତ୍ର ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାଖାଲ ଚନ୍ଦ୍ର ଘଡେଇ, କୋଷାଧ୍ୟକ୍ଷ ଅନନ୍ତ ମହାନ୍ତି, ବଳରାମ ଦାସ ଓ ସୁଧାଂଶୁ ଜେନା, ବିଡିଓ ଦୀପ୍ତିରଂଜନ ସେଠୀ ଯୋଗ ଦେଇ ଅତୀତରେ ଏହି ବିଦ୍ୟାଳୟ ସମଗ୍ର ଉତ୍ତ ବାଲେଶ୍ୱରର ଏକ ପ୍ରମୂଖ ସ୍ଥାନ ଅଧିକାର କରିଥିବା କହିଥିଲେ । ବିବରଣୀ ପାଠରେ ଶରତ କୁମାର ଚନ୍ଦ ୫ଟି ଯୋଜନାରେ ଉଚ୍ଚ ବିଦ୍ୟାଳୟର ବିକାଶ ଲାଗି ୧ କୋଟି ୪୧ ଲକ୍ଷ ୫୦ହଜାର ଟଙ୍କାର ଏକ ଯୋଜନା ରହିଥିବା ସଂପର୍କରେ ସୂଚନା ଦେଇଥିଲେ । ପ୍ରଧାନ ଶିକ୍ଷକ ଦୀନବଂଧୁ ଦାସ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରିପାନ୍ତରିତ କରିବା ସହିତ ବିଭିନ୍ନ ସମସ୍ୟା ଓ କର୍ମଚାରୀ ଅଭାବ ସଂପର୍କରେ କହିଥିଲେ ।

ରିପୋର୍ଟ : ଭୂପତି ପରିଡା