ଦିନିକିଆ କୋଭିଡ୍ ସଖୀ ତାଲିମ ଶିବିର କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ଯାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଅପରାହ୍ନରେ ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ ଅନ୍ତର୍ଗତ କେ. ସାମନ୍ତରାପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କୋଭିଡ ସଖୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ଅତିଥିଭାବେ ଯୋଗଦେଇ କରୋନା ଯୋଦ୍ଧା ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିବା ଜଣାପଡିଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଦିଗପହଣ୍ଡି କାର୍ଯ୍ୟାଳୟ ପକ୍ଷରୁ କୋଭିଡ ସଖୀ ସଦସ୍ଯା ମାନଙ୍କୁ କରୋନା ଠାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପାଇଁ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯଶୋବନ୍ତୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନୀୟ ଅତିଥି ରୂପେ ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଶ୍ରୀ ରେଡ୍ଡୀ ସମେତ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍. ଗାନ୍ଧୀ ଦୋରା, ଆଇନ ସହାୟକ ରାମକୃଷ୍ଣ ପାଢ଼ୀ, କେଦାରପୁର ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ, ଶିକ୍ଷକ ସନାତନ ପଟ୍ଟନାୟକ, କପିଳେଶ୍ୱର ପାଢ଼ୀ, ଅନୀଲ ଦାସ, ଅଙ୍ଗନୱାଡ଼ି ସୁପରଭାଇଜର ଇନ୍ଦିରା ମହାପାତ୍ର, ସମାଜସେବୀ ବାଲାଜୀ ରେଡ୍ଡୀ ଓ ସମୀର ସ୍ବାଇଁ ମଞ୍ଚାସୀନ ରହି ଉପସ୍ଥିତ ଅଙ୍ଗନୱାଡ଼ି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ଯମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଙ୍ଗନୱାଡ଼ି ସୁପରଭାଇଜର ଭାଗ୍ୟଲତା ପାତ୍ର ସଂଯୋଜନା କରିଥିବା ବେଳେ ଉପାଧ୍ୟକ୍ଷା ପ୍ରତିନିଧି ଶ୍ରୀ ରେଡ୍ଡୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ଳକରେ ପ୍ରାୟତଃ ୧୩ଶହ ଗୋଟି ନୂତନ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇଥିବା ବେଳେ ଶୁକ୍ରବାର ଦିନ ଉକ୍ତ ପଞ୍ଚାୟତର ଉପସ୍ଥିତ ସହାୟିକା ଗୋଷ୍ଠୀ ସଂଘର ସଭାନେତ୍ରୀ/ ସଂପାଦକ ମାନଙ୍କୁ ନେଇ କରୋନା ଠାରୁ ଦୂରେଇ ରହିବା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଥିଲା । ଯାଦ୍ବାରା ଗ୍ରୁପର ମୁଖ୍ୟ ସଦସ୍ଯାମାନେ ନିଜ ନିଜ ସଂଘର ଅନ୍ୟ ସଦସ୍ଯାମାନଙ୍କୁ ଏହା ତାଲିମ ଉପରେ ଅବଗତ କରାଇବେ। ଉକ୍ତ ପ୍ରଶିକ୍ଷଣରେ ସାମାଜିକ ଦୂରତା, ମାସ୍କର ବ୍ୟବହାର, ସାନିଟାଇଜର, ହାତକୁ ବାରମ୍ବାର ଧୋଇବା ଭଳି ପ୍ରଦର୍ଶନ କରାଯିବା ପରେ ଏହି ୪୦ କୋଭିଡ ସଖୀ ନିଜ ନିଜ ସଂଘର ସମସ୍ତ ସଭ୍ଯାମାନଙ୍କୁ ଉକ୍ତ ବିଷୟର ତାତ୍ପର୍ଯ୍ୟ ବୁଝାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଶ୍ରୀ ରେଡ୍ଡୀ ଉପସ୍ଥିତ ଅଙ୍ଗନୱାଡ଼ି ଓ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ଯାମାନଙ୍କୁ କୋଭିଡ ସଖୀର ତାତ୍ପର୍ଯ୍ୟ ଉପରେ ଏକା ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି ମହାମାରୀ କରୋନା ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ବାଜିମାତ ଦେଇ ପ୍ରବାସୀ ତଥା ଜନସାଧାରଣଙ୍କୁ ସଚେତନ କରିଥିବା କରୋନା ଯୋଦ୍ଧା ଅଧିକାରୀ ଠାରୁ କର୍ମଚାରୀମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା