ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟକୁ ନେଇ ଆସିଲା ବଡ ଖବର । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନିତା ସେଠୀଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା। ସେ ଗୋକର୍ଣ୍ଣପୁର ବାସିନ୍ଦା ଅଟନ୍ତି । ଅତି କମ ବୟସରେ ରାଜନୀତିରେ ପ୍ରବେଶ କରି ଗୋକର୍ଣ୍ଣପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଓ ପରେ ବ୍ଳକ ଅଧକ୍ଷ୍ୟା ନିର୍ବାଚିତ ହୋଇଥିଲେ ସୁନିତା । ସେ ବିଜେଡି ଦଳରୁ ବିଜୟ ହୋଇଥିଲେ। ସେ ସ୍ଥାନୀୟ ବିଧାୟକ ସ୍ୱର୍ଯ୍ୟନାରାୟଣ ପାତ୍ରଙ୍କ ଦୃଢ଼ ସମର୍ଥକ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ସେ ବହୁଦିନ ଆଗରୁ ହୃଦରୋଗରେ ପୀଡିତ ଥିଲେ । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ବିଶାଖାପାଟଣାରେ ଏକ ଘରୋଇ ହସପିଟାଲରେ ଚିକିତ୍ସା ହେଉଥିଲେ । ୨ ଦିନ ତଳେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ବ୍ରହ୍ମପୁର ବଡ ମେଡିକାଲରେ ଜଏନ କରିଥିଲେ। ଟିକିଏ ଭଲ ହେବାରୁ ଗୋକର୍ଣ୍ଣପୁର ତାଙ୍କ ଗାଁ କୁ ଫେରି ଯାଇଥିଲେ । ପୁଣି ଦେହ ଖରାପ ହେବାରୁ ଦିଗପହଣ୍ଡି ମେଡିକାଲ ଯାଇଥିବା ବାଟରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ଡାକ୍ତର ମୃତ୍ୟ ଘୋଷଣା କରିଥିଲେ । ଗତ କାଲି ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ତାଙ୍କର ଶହ ଶହ ସମର୍ଥକ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ରୁଣ୍ଡ ହୋଇଥିଲେ । କାଲି ରାତିରେ ତାଙ୍କ ଶବ ସତ୍କାର କରାଯାଇଛି । ହେଲେ ସୁନିତା ଥିଲେ ଦିଗପହଣ୍ଡି ଅଞ୍ଚଳର ଗୋଟିଏ ଜୁଏଲ। ବିଜେଡି ପାଇଁ ସେ ଥିଲେ ଏକ ଯୋଦ୍ଧା । ଅତି କମ ବୟସରେ ସେ ଏଭଳି ଏକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ହୋଇ ଥିଲେ , ତାଙ୍କ ଭବିଷ୍ୟତ ଗୋକର୍ଣ୍ଣପୁର କାହିଁକି ସମ୍ପୂର୍ଣ ବ୍ଳକର ଓ ବିଜେଡି ଦଳର ମଧ୍ୟ ଉନ୍ନତି ନିର୍ଭର କରୁଥିଲା । ସେଭଳି ଏକ ବ୍ୟକ୍ତିତ୍ୱର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ସରକାର ଚାହିଁ ଥିଲେ ସତ୍କାର କରି ପାରି ଥାନ୍ତେ ତାହା ହେଲା ନାହିଁ । ଅନ୍ୟ ପଟେ ସେ ହୃଦ ରୋଗରେ ପୀଡିତ ଥିଲେ । ହୃଦରୋଗ ଚିକିତ୍ସା ପାଇଁ ସରକାରଙ୍କ ପାଖରେ କୋଟି କୋଟି ଟଙ୍କା ରହିଛି । ସରକାର ଚାହିଁ ଥିଲେ ବଡ ହସପିଟାଲରେ ନାଁ ଥିବା ବିଶେଷଜ୍ଞ ପାଖରେ ଚିକିତ୍ସା କରାଇ ପାରି ଥାନ୍ତେ ତାହା ବି ହେଲା ନାହିଁ । ସ୍ୱପ୍ନ ଦେଖୁ ଦେଖୁ ପିଲାଟିର ଜୀବନ ଚାଲିଗଲା । ଭାବିଲେ ବଡ କଷ୍ଟ ଲାଗୁଛି । ଗତକାଲି ରାତିରେ ଗୋକର୍ଣ୍ଣପୁର ଗାଁ ସ୍ମଶାନରେ ଶବ ସଂସ୍କାର କରାଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ତାଙ୍କ ପୁତ୍ର ବିଜେଡି ନେତା ବିପ୍ଳବ ପାତ୍ର, ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ‘ସମୃଦ୍ଧ ଓଡିଶା’ ସମ୍ପାଦକ ଆଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶୋକ ବାର୍ତ୍ତା ~~ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ସେଠୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ| କମ ବୟସରେ ଦିଗପହଣ୍ଡି ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ଆଉ ଆମ ଗହଣରେ ନାହାନ୍ତି ବୋଲି ଜମାରୁ ବିଶ୍ୱାସ କରିପାରୁନି| ଜନ୍ମ ମାତ୍ରେ ମୃତ୍ୟୁ ଧ୍ରୁବ ସତ୍ୟ ହେଲେ ମଧ୍ୟ ଏପରି ମୃତ୍ୟୁ ନିଶ୍ଚିତ ରୂପେ ଯନ୍ତ୍ରଣା ଦାୟକ| ତାଙ୍କ ଅକାଳ ବିୟୋଗ ଦିଗପହଣ୍ଡି ବ୍ଲକ ତଥା ବିଜୁ ଜନତା ଦଳ ଏବଂ ବିଶେଷ କରି ବ୍ୟକ୍ତିଗତ ଭାବେ ମୋ ପାଇଁ ଏକ ଅପୂରଣୀୟ କ୍ଷତି| ତାଙ୍କ ଭିତରେ ମୁଁ ଦିଗପହଣ୍ଡିର ଏକ ସୁନ୍ଦର ଭବିଷ୍ୟତ ଦେଖିପାରିଥିଲି| ଦୁଃଖ ଲାଗୁଛି ସେ କିମ୍ବା ତାଙ୍କ ସ୍ୱାମୀ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ତାଙ୍କ ଭଗ୍ନ ସ୍ୱାସ୍ଥ୍ୟ ବିଷୟରେ ମୋତେ କେବେ ହେଲେ ଅବଗତ କରାଇ ପାରିଲେନି | ଜାଣିଥିଲେ ହୁଏତ କିଛି କାମରେ ଆସିପାରିଥାନ୍ତି| ଅବଶ୍ୟ ଯାହାର ଯେତିକି ଆୟୁଷ ତାକୁ କେହି ବଢ଼ାଇ ପାରିବେ ନାହିଁ| ତଥାପି ମାତ୍ର 6 ବର୍ଷ ବୟସରେ ମା କୁ ହରେଇଥିବା କୁନି ଝିଅ (ଗେଲୁ) ପାଇଁ ଚିନ୍ତା ଲାଗୁଛି| ତାଙ୍କ ଅମର ଆତ୍ମାକୁ ସଦଗତି ଏବଂ ଏହି ବିଷମ ପରିସ୍ଥିତିର ମୁକାବିଲା ପାଇଁ କୃଷ୍ଣ ବାବୁ ତଥା ତାଙ୍କ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପରମେଶ୍ୱରଙ୍କ ନିକଟରେ ମୋର ବିନମ୍ର ନିବେଦନ ଓ ପ୍ରାର୍ଥନା|……. ବିପ୍ଳବ ପାତ୍ର ,ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ.