ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ : ମାଉଜର ଓ ଅଫୁଟା ଗୁଳି ଜବତ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଦ୍ଵାରା ଜଣେ ଯୁବକ ଗିରଫ । ଦାଦା ବଟି ମାଗିବା ଅଭିଯୋଗରେ ଯୁବକଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ଯୁବକଠାରୁ ପୋଲିସ ଏକ ମୋଟରସାକେଲ, ଏକ ମାଉଜର ଓ ୫ଟି ଅଫୁଟା ଗୁଳି ଜବତ କରିଛି । ଗିରଫ ଯୁବକ ଜଣକ ମୁକେଶ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ସାହୁ ସୂଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା