ଦଳ ବିରୋଧୀ ଅଭିଯୋଗରେ ଗତକାଲି ନିଲମ୍ବନ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଆଜି କଂଗ୍ରେସରୁ ଓ ବିଧାୟକ ପଦରୁ ଇସ୍ତଫା ଦେଲେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦଳ ବିରୋଧୀ ଅଭିଯୋଗରେ ଗତକାଲି ନିଲମ୍ବନ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଆଜି କଂଗ୍ରେସ ଦଳରୁ ଓ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଶୃଙ୍ଖଳା ଭଙ୍ଗ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଆଜି ଦଳର ସଭ୍ୟପଦ ଓ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତାଫାପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଦେଇଛନ୍ତି । ଇସ୍ତାଫାପତ୍ରରେ ସେ ତାଙ୍କ ନିଲମ୍ବନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ପ୍ରଶଂସା କରିଥିବାରୁ ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ୟୁପିଏ ସରକାର ଅମଳରେ ଓଡିଶା ଆସୁଥିବା କେନ୍ଦ୍ରମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ସେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଏଭଳିସ୍ଥିତିରେ ସେ ପ୍ରଶଂସା କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା କାରଣଦର୍ଶାଅ ନୋଟିସରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରିଛନ୍ତି । ସେହିଭଳି ୨୫ରେ ରାହୁଲଙ୍କ ଭୁବନେଶ୍ୱର ସମାବେଶରେ ଯୋଗଦେଇପାରିବେନି ବୋଲି ସେ ପୂର୍ବରୁ ଜଣାଇଥିଲେ । କାରଣ ତାଙ୍କର ପୂର୍ବ ଏନଗେଜମେଣ୍ଟ ରହିଛି ।