ଦକ୍ଷିଣ ଓଡ଼ିଶା ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ନିଖିଳ ଓଡ଼ିଶା ୬୬୨ବର୍ଗ (+୨ଓ+୩) ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ଦିନିକିଆ ଦକ୍ଷିଣ ଓଡ଼ିଶା ଅଧ୍ୟକ୍ଷ ସମ୍ମିଳନୀ ରାଜ୍ୟ ସଭାପତି ଗୋଲକ ନାୟକଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଡାଇମଣ୍ଡ ଯୁବୁଲି ଟାଉନ୍ ହଲ୍ ଠାରେ ଅନୁଷ୍ଟିତ ହୋଇଯାଇଛି l ପ୍ରଥମ ଅଧିବେଶନରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଯୋଗଦେଇ ସମ୍ମିଳନୀକୁ ଉଦଘାଟିତ କରିବା ସହ ରାଜ୍ୟରେ ଶିକ୍ଷାର ପ୍ରଗତି କ୍ଷେତ୍ରରେ ଅଧ୍ୟକ୍ଷ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିଥଲେ l ମାନ୍ୟବର ବିଧାୟକ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଉଚ୍ଚଶିକ୍ଷାର ପ୍ରଗତି ସମ୍ପର୍କରେ ଆଲୋଚନା କରିଥଲେ l ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷାର ପ୍ରଗତି ସମ୍ପର୍କରେ ଆଲୋଚନା କରିଥଲେ l ଦ୍ୱିତୀୟ ଅଧିବେଶନ ରେ ରାଜ୍ୟ ସଭାପତି ଗୋଲକ ନାୟକ ଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶା ର ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡ଼ାରେ ୯୦ଟି ମହାବିଦ୍ୟାଳୟ ତିନିଶହରୁ ଉର୍ଦ୍ଧ ଅଧ୍ୟକ୍ଷ, ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ଓ କର୍ମଚରୀମାନେ ଯୋଗ ଦେଇ ସରକାରଙ୍କ ପାତର ଅନ୍ତର ନୀତିକୁ ସମାଲୋଚନା କରିବାସହ ସମାନ ଗ୍ରେଡ୍ ପେ ଆଧାରରେ ସବୁ ବର୍ଗର କଲେଜ୍ କର୍ମଚାରୀଙ୍କୁ ସମାନ ଦରମା ପ୍ରଦାନ, ୨୦୧୮ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ମାନଙ୍କୁ ସପ୍ତମ ବେତନ ହାରରେ ଦରମା, ୬୬୨ବର୍ଗ କଲେଜ୍ ର ସମସ୍ତ କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ ଓ ଅବସରକାଳୀନ ଭତା ପାଇଁ ଦାବି ରଖିଥିଲେ ଏହି ବର୍ଗର କଲେଜ ଓଡ଼ିଶାର ପ୍ରାୟ ୬୦ଭାଗ ଶିକ୍ଷାଦାନ ଦାୟୀତ୍ବ ନେଉଥିଲେ ମଧ୍ୟ ଏହି କର୍ମଚାରୀଙ୍କୁ ଅବହେଳା କରାଯାଉଛି l ତେଣୁ ସମ୍ମିଳନୀରେ କ୍ଷୋଭ ପ୍ରକାଶ ପାଇଥିଲା l ସମସ୍ତ ଜିଲ୍ଲାର ସଭାପତି, ସଂପାଦକ ଓ କର୍ମକର୍ତ୍ତା ଯୋଗଦେଇ ସରକାରଙ୍କ ମନମୁଖୀ କାର୍ଯ୍ୟକଳାପକୁ କ୍ଷୋଭ ପ୍ରକାଶ ସହ ଦୃଢ ନିନ୍ଦା କରିଥଲେ l ୬୬୨ବର୍ଗ ରାଜ୍ୟ ସଭାପତି ଗୋଲକ ନାୟକ ସରକାରଙ୍କ ଶିକ୍ଷା ମାରଣା ନୀତିକୁ ସମାଲୋଚନା କରିବାସହ ନଭେମ୍ବର ମାସ ଶେଷ ସୁଦ୍ଧା ଜଦି ସରକାର ଉପରୋକ୍ତ ଦାବିଗୁଡିକୁ ପୂରଣ ନ କରନ୍ତି ତାହେଲେ ଆସନ୍ତା ଡ଼ିସେମ୍ବର ପହିଲାରୁ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି l ରାଜ୍ୟ ଶାଖାର ଯୁକ୍ତ୨ ସାଧାରଣ ସଂପାଦକ ସତାବ୍ ଉଦିନ ଅହମ୍ମଦ, ଯୁକ୍ତ ତିନି ସାଧାରଣ ସମ୍ପାଦକ ଡ଼. ଗଗନ ବେଉରା, ଗଞ୍ଜାମ ଜିଲ୍ଲା ସଭାପତି ଡ଼. ରବିନ୍ଦ୍ର କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶିଶିର କାନ୍ତ ବିଷୋୟୀ, ଆବାହକ ସଞ୍ଜୟ କୁମାର ଷଡଙ୍ଗୀ, କୋରାପୁଟ ଜିଲ୍ଲା ସଭାପତି ତ୍ରିନାଥ ପାତିକା, ଯୁକ୍ତ ଦୁଇ ସଂପାଦକ ପ୍ରଜାରଞ୍ଜନ ମିଶ୍ର, ଯୁକ୍ତ ତିନି ସଂପାଦକ କିଶୋର ଚନ୍ଦ୍ର ବେହେରା, କନ୍ଧମାଳ ଜିଲ୍ଲା ସଭାପତି ନବଘନ ସାହୁ, ସଂପାଦକ ଡ଼. ପ୍ରଶାନ୍ତ କୁମାର କର, ସଂଯୋଜକ ସତ୍ୟନାରାୟଣ ପାଣିଗ୍ରାହି, ଗଜପତି ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପାଣିଗ୍ରାହୀ, ସଂପାଦକ ନିରଞ୍ଜନ ପାଣିଗ୍ରାହୀ, ରାୟଗଡା ଜିଲ୍ଲା ସଭାପତି ହୃଷୀକେଶ ଜାଲି, ସଂପାଦକ ସଞ୍ଜୟ କୁମାର ତ୍ରୀପାଠୀ, ମାଲକାନଗିରି ଜିଲ୍ଲା ସଭାପତି ଡ଼. ପ୍ରଶାନ୍ତ କୁମାର ପାଢୀ, ସଂପାଦକ ଦୁଷ୍ମନ୍ତ କୁମାର ଜେନା, ନବରଙ୍ଗପୁର ଜିଲ୍ଲା ସଭାପତି ଅରୁଣ କୁମାର ହୋତା, ଓ ସଂପାଦକ ଶିବପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡୀୟାନ, ବିଜୁ ଜନତାଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରମୁଖ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ୬୬୨ବର୍ଗର କଲେଜ ଗୁଡ଼ିକର ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିବେଦନ କରିଥିଲେ l ଗଞ୍ଜାମ ଜିଲ୍ଲା ସଂପାଦକ ତଥା ସମ୍ମିଳନୀର ଆବାହକ ଶିଶିର କାନ୍ତ ବିଷୋୟୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗଣ୍ଡଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରାମକୃଷ୍ଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ l କୋରାପୁଟ ଜିଲ୍ଲା ଶାଖା ଯୁକ୍ତ ତିନି ସଂପାଦକ କିଶୋର ଚନ୍ଦ୍ର ବେହେରା ସମସ୍ତ ଅଧିବେଶନକୁ ପରିଚାଳନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ