ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜନଜାତିକଙ୍କ ପ୍ରତି ବୈମାତୃକ ଭାବ-୨୩ ଜିଲା ଓ ୧୯୫ ବ୍ଲକରେ ନାହିଁ ସଂରକ୍ଷଣ ବ୍ୟବସ୍ଥା : ଲଢିବ କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନ ଠାରୁ ରାଜନେତା ଚଳଚଞ୍ଚଳ ଥିବା ବେଳେ ସଂରକ୍ଷଣ ବ୍ୟବସ୍ଥାରେ ଜନଜାତୀଙ୍କ ପ୍ରତି ଉପେକ୍ଷା କରାଯାଇଥିବା ଅଭିଯୋଗରେ କଂଗ୍ରେସ ଆଇନ୍‌ର ଆଶ୍ରୟ ନେବା ସହିତ ଲଢଇ ଜାରି ରଖିବ ବୋଲି ଆଜି ଆନନ୍ଦ ପ୍ଲାଜା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ କୁହାଯାଇଛି । ରାଜ୍ୟ ପ୍ରଦେଶ କ୍ରଂଗ୍ରେସ କମିଟିର ପ୍ରବକ୍ତା ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ରାଜ୍ୟର ୩୦ ଜିଲାରୁ ୨୩ ଜିଲାରେ ଜିଲା ପରିଷଦ ଅଧ୍ୟକ୍ଷ ପଦବି, ୧୯୫ଟି ବ୍ଲକରେ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ହୋଇନାହିଁ । ଏହା ଜନଜାତିଙ୍କ ପ୍ରତି ଉପହାସ ନୁହେଁ ୧୯୫୯ ମସିହା ଓ ୧୯୬୪ ମସିହା ଗ୍ରାମପଞ୍ଚାୟତ ଆଇନ୍‌ର ବିରୋଧି ମଧ୍ୟ । ଅନ୍ୟପକ୍ଷରେ ସମ୍ବିଧାନ ପ୍ରତି ସମ୍ମାନ ଦିଆଯାଇନଥିବାର ସେ ପ୍ରକାଶ କରିଛନ୍ତି । ଜଳେଶ୍ୱର ବ୍ଲକର କଳମା, ବରଡିହା, ଶ୍ୟାମନଗର, ସର୍ଦ୍ଦାରବନ୍ଧ, ଖୁଆଡ ଇତ୍ୟାଦି ପଞ୍ଚାୟତ ଆଦିବାସୀ ଅଧ୍ୟୁସୀତ ହୋଇଥିଲେ ମଧ୍ୟ ସେଥିରେ ସରପଂଚ ଓ ସମିତି ପଦବୀ ସଂରକ୍ଷଣ ରଖାଯାଇନାହିଁ । ରାଜ୍ୟରେ ଏପରି ସମ୍ବିଧାନ ବିରୋଧି ନିତୀ ବିରୋଧରେ କଂଗ୍ରେସ ଓ ଆଦିବାସୀ ମହାମଂଚ ପକ୍ଷରୁ ଜନଆନ୍ଦୋଳନ ହେବା ସହ ଉଚ୍ଚ ନ୍ୟାୟାଳୟରେ ନ୍ୟାୟ ପାଇଁ ମାମଲା ରୁଜୁ ହେବ ବୋଲି କହିଛନ୍ତି । ସରକାରଙ୍କ ଘୋଷିତ ସଂରକ୍ଷଣ ନିତୀରେ ବହୁ ଅସଙ୍ଗତି ଥିବାରୁ ଆସନ୍ତା ୫ ତାରିଖରେ ଜିଲାପାଳଙ୍କ ନିକଟରେ କଂଗ୍ରେସ ଫେରାଦ କରିବ ଏବଂ ଜନଆନ୍ଦୋଳନ ଓ ନ୍ୟାୟିକ ଲଢେଇ ପାଇଁ ସିଦ୍ଧାନ୍ତ ନେଇଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କିଷାନ କଂଗ୍ରେସ ବ୍ଲକ ସଭାପତି ସୁଦାମ ପାତ୍ର, ଜିଲା ସଂପାଦକ ହେମନ୍ତ ଗିରି, ଓ ପୌରପରିଷଦ ଯୁବନେତା ଜଗଦିଶ ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା