ତିନିଯାନକୁ ଧକ୍କାଦେଇ ଗାଡିଚାଳନା ବେଳେ ମଦ୍ୟପ ଡ୍ରାଇଭରକୁ ଗିରଫ କଲା ପୋଲିସ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରବିବାର ସଂଧ୍ୟାରେ ଜଳେଶ୍ୱର ଷ୍ଟେସନ ବଜାରରେ ଏକ ବୋଲେର କ୍ରମାନ୍ୱୟରେ ଛିଡାହୋଇଥିବା ୨ଟି ଅଟୋ ଓ ଗୋଟିଏ ବାଇକ୍‌କୁ ଧକ୍କା ଦେବା ଦେଇ ପଳାଇ ଯିବାକୁ ଚେଷ୍ଟା କରୁଥିବା ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରିଥିଲେ । ପରେ ଉକ୍ତ ଡ୍ରାଇଭରକୁ ଜଳେଶ୍ୱର ପୋଲିସ୍ ଅଟକ ରଖିଥିବା ବେଳେ ସେ ପ୍ରବଳ ମଦପିଇ ଗାଡିଚାଳନା କରୁଥିବା ପ୍ରତ୍ୟେକ୍ଷ ଦର୍ଶୀଙ୍କ ଠାରୁ ପ୍ରକାଶ । ସେ ଚାଳନା କରୁଥିବା ଓଡି୧୧ବି୩୩୮୯ ବୋଲେରକୁ ଅଟକ ରଖାଯାଇ ତଦନ୍ତ ଚାଲୁ ରହିଛି ।

ରିପୋର୍ଟ : ଭୂପତି କୁମାର ପରିଡା