ତିନିଦିନିଆ ଗଞ୍ଜାମ ଗ୍ରସ୍ଥରେ କେନ୍ଦ୍ର ରେଳ ଓ ବୟନ ଶିଳ୍ପ ମନ୍ତ୍ରୀ…

ପୋଲସରା (ସମୃଦ୍ଧ ଓଡିଶା) କେନ୍ଦ୍ରମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷ ଗଞ୍ଜାମ ଜିଲ୍ଲା ତିନିଦିନିଆ ଗସ୍ତରେ ଆସି ଆଜି ପୋଲସରା ଗସ୍ତ କରିଥିଲେ । ଗତକାଲି ଖଲିକୋଟ, କୋଦଳା ଗସ୍ତ କରି ବିଭିନ୍ନ ଖେତ୍ରରେ ଆଲୋଚନା କରି ସାଙ୍ଗଠନିକ ଓ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ ।ସେହିପରି ଭାବେ ଆଜି ପୋଲସରା ଗସ୍ତରେ ଆସି ପ୍ରଥମେ ମଥୁରା ମାରଦା ମନ୍ଦିର ଦର୍ଶନ କରି ମାରଦା ମନ୍ଦିର ଐତିହ୍ୟ ବିଷୟରେ ସ୍ଥାନୀୟ ମଠ ମହନ୍ତଙ୍କ ଠାରୁ ଶୁଣି ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣି ଅତ୍ୟନ୍ତ ଖୁସି ବ୍ୟକ୍ତ ହୋଇଥିଲେ । ଏବଂ ମଥୁରା ଗ୍ରାମରେ ଥିବା ବହୁ ପୁରାତନ ହସ୍ତଶିଳ୍ପ କାରିଗର ମାନଙ୍କ ସହିତ ଆଲୋଚନା କରି ବିଷୟ ବସ୍ତୁ ବୁଝିବା ପରେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଯୋଜନା ବିଷୟରେ ଅବଗତ କରାଇଥିଲେ ଏବଂ ସେମାନେ ତାହାର ଫାଇଦା ଉଠାଇବା ପାଇଁ ସ୍ଥାନୀୟ ବିଜେପି କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ର ଯୋଜନା ବିଷୟରେ ଆଲୋଚନା କରିଥିଲେ । ସେଠାରୁ ପୋଲସରାରେ ପହଞ୍ଚି ସେଠାରେ ଥିବା ବିଜେପି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ଦଳିୟ ପତକା ଉତ୍ତୋଳନ କରିଥିଲେ । ପରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ବାସଭବନ ଠାରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ବୈଠକରେ ଯୋଗଦେଇ ନେତା ଏବଂ ଦଳିୟ କର୍ମି ଓ କର୍ମକର୍ତ୍ତା ସହ ନବନିର୍ବାଚିତ ପୋଲସରା ଓ ବୁଗୁଡା ଅଞ୍ଚଳର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କ ସହିତ ଆଲୋଚନା କରି ସଠିକ ଭାବେ କାର୍ଯ୍ୟ କରିବା ପାଇଁ ପ୍ରୟାସ ଆରମ୍ଭ କରନ୍ତୁ ବୋଲି କହିଥିଲେ । ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିବାର ମୁଳଲକ୍ଷ ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ପାଇଁ କରିଥିବା ଯୋଜନା ବିଷୟରେ ଅଞ୍ଚଳବାସିଙ୍କୁ ଅବଗତ କରାଇବା ଓ ଭାରତିୟ ଜନତା ପାର୍ଟ୍ଟିର ଦଳକୁ ତୁଣମୁଳରୁ ସୁଦୁଢ କରିବା ବିଷୟରେ ଭାରତୀୟ ଜନତାପାର୍ଟ୍ଟୀର ସମସ୍ତ କର୍ମକର୍ତ୍ତାଙ୍କ ସହ ବୈଠକରେ ଆଲୋଚନା କରିବା ଉଦେଶ୍ୟରେ ଶ୍ରୀମତି ଦର୍ଶନା ଜରଦୋଷ କେନ୍ଦ୍ର ମନ୍ତ୍ରୀ (ରେଳ ଓ ବୟନ ଶିଳ୍ପ) ଉଦବୋଧନ ଦେଇଥିଲେ । ସେଠାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ଏକ ସାମ୍ବାଦିକ ସମ୍ମିଳନୀ କରି ଭାବ ଆଦାନ ପ୍ରଦାନ ଏବଂ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । ସେଠାରୁ ମନ୍ତ୍ରୀ ଶ୍ରୀମତୀ ଜରଦୋଷ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆସିକା ଗସ୍ତ କରି ଥିଲେ । ବିଶେଷ କରି ଓଡିଶା ଏବଂ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ଆଲୋଚନା କରିବା ସହିତ ନୂତନ ଭାବେ ରେଳପଥ ଯୋଗାଯୋଗ ନିତାନ୍ତ ଆବଶ୍ୟକ ରହିଥିବା ବେଳେ ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ପୂର୍ବରୁ ହୋଇ ଆସୁଥିବା ଏବଂ ଆଜି ଦିଆଯାଇଥିବା ବୁଗୁଡା ପୋଲସରା ଅଞ୍ଚଳ ଦେଇ ଏକ ରେଳପଥ ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି କହିଥିଲେ ।ରାଜ୍ୟ ଉପସଭାପତି ଅନିତା ସୁଭଦର୍ଶିନି ପଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଲେଖିଶ୍ରୀ ସାମନ୍ତ ସିଂହାର, ଜୟନ୍ତୀ ପଢିଆରୀ, ରାଜ୍ୟ କାର୍ଯ୍ୟ କାରୀଣି ସଦସ୍ୟ ମହେଶ ମହାନ୍ତି, ଅରୁଣ ପଣ୍ଡା, ନିଳମଣୀ ବିଷୋୟୀ, ରଞ୍ଜନ ପୋଲାଇ, ପ୍ରମୋଦ ପଣ୍ଡା, କାର୍ଯ୍ୟକାରେଣୀ ଉପ ସଭାପତି ପ୍ରଭାକର ପଣ୍ଡା ଉପସ୍ଥିତ ରହିଥିବା ବେଳେ ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ବ ଯୁବମୋର୍ଚା ସଭାପତି ପ୍ରଦିପ ପ୍ରଧାନ ଗ୍ରହଣ କରି ବେଳେ ବିଜେପିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ହୋଇ ସକ୍ରିୟ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା