ତାଲୁକ ଆଇନ ସେଵା କମିଟି ଓ ଜାତୀୟ ସେଵା ଯୋଜନା ପକ୍ଷରୁ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ମାନବାଧିକାର ଦିବସ ପାଳିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ନିଜର ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ ଛାତ୍ରଛାତ୍ରୀ ମାନେ ପାଳନ କରିବା ଉଚିତ ବୋଲି ଆଜି ଅପରାହ୍ନରେ  ବିଶ୍ୱ ମାନବଧିକାର ଦିବସ ଅବସରରେ ତାଲୁକ ଆଇନ ସେବା କମିଟି ଓ ଜାତୀୟ ସେଵା ଯୋଜନା(ଯୁଗ୍ମ ୟୁନିଟ) ମିଳିତ ଆନୁକୂଲ୍ୟରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜଳେଶ୍ୱରର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ୱର୍ଣ୍ଣପ୍ରଭା ସ୍ବାଇଁ ମତବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ରୂପେ ବରିଷ୍ଠ ଆଇନଜୀବୀ ଚିନ୍ମୟ କୁମାର ଦାସ, ସମ୍ମାନିତ ଅତିଥି ରୂପେ  ଆଇନଜୀବୀ ସୁନୀଲ କୁମାର ଜେନା ପ୍ରମୁଖ ଯୋଗଦେଇ ୧୯୪୮ ମସିହାରୁ ଆରମ୍ଭ ହୋଇଥବା ଏହି ୟୁଡିଏଚଆର ଅନୁଯାୟୀ ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କୁ ବଞ୍ଚିବା ପାଇଁ ସୁଯୋଗ ଦେବା ଉଚିତ ବୋଲି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ଉଷାରାଣୀ ଦାସ, ମୋନାଲିସା ଚନ୍ଦ, ଚାରୁ ଚପଳା ଦାସ, ଇପ୍ସିତା ଦାସ ଅଧ୍ୟାପକ ଜ୍ଞାନ ରଞ୍ଜନ ଜେନା,ଅଶୋକ କୁମାର ରଥ ଓ ନିଶ୍ଚଳ ଘଡାଇ ପ୍ରମୁଖ ଏହି ଅବସରରେ ଅତିଥି ରୂପେ ଯୋଗଦେଇ ଉଦବୋଧନ ଦେଇଥିଲେ । ଛାତ୍ରୀ ସୁନେରା ଖାତୁନ ଓ ଛାତ୍ର ଫଗୁ ଟୁଡୁ ବିଶ୍ୱ ମାନବଧିକାର ଦିବସ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ  କରିଥିଲେ । ଶେଷରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ମୁଖ୍ୟ ଓ ପ୍ରୋଗ୍ରାମ ଅଫିସର ଶ୍ରବଣ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଅଲିଭା ଦାସ ଅଧିକାରୀ, ସ୍ୱାତୀଶ୍ରୀ ନାୟକ, ରସେଶ୍ୱରୀ ରଣା ଓ ସ୍ମିତା ଦାସଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗୋଲି ଅଙ୍କା ଯାଇଥିଲା ।