ତର୍କ ଓ ସତ୍ୟ-୨…

ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ପ୍ରସାରିତ ୯୯ ପାରି ବିଷୟ ଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଜଡିତ ରହିଥିବା ବେଳେ ସେଗୁଡିକୁ ଆହରଣ କରି ମଣିଷ ନିଜକୁ ଅତ୍ୟନ୍ତ ଚାଲାକ ବୋଲି ଭାବୁଥିବା ଭାରତୀୟ ସାଧାରଣ ଜନତାଙ୍କୁ ସତ୍ୟର ପଥ ଦୃଷ୍ଟ ହେବା ସ୍ୱପ୍ନ ଆଜି ସମୟରେ । ସୀମାହୀନ ସଂସ୍ଥା, ପରିଚାଳନା ବ୍ୟବସ୍ଥା, କେହି ହେଲେ ସତ୍ୟର ପରିପନ୍ଥୀ ନହୋଇ ସମସ୍ତେ କେବଳ ଗୋଟିଏ ପଥର ବାଟୋଇ ଭଳି ମିଥ୍ୟବାଦୀ ପ୍ରଚାର ସାଙ୍ଗକୁ ଅଲୌକିକ ତାର୍କିକ ବିଚାରଧାରା ମସ୍ତିଷ୍କରେ ଭର୍ତି କରିବାରେ ସାଧାରଣ ଲୋକଙ୍କ ତର୍ଜମା ବିହୀନ ଗ୍ରହଣୀୟତାର ବିଭୀଷିକା ସମସ୍ତଙ୍କୁ ପ୍ରାୟତଃ ମିଥ୍ୟଚାରୀ ଭଳି ଜୀବନ ବଂଚିବା ଶିକ୍ଷା ଦେଇଚାଲିଛି ଆମ ଦେଶରେ । ଶିକ୍ଷା କ୍ଷେତ୍ର ହେଉ କି ଅନ୍ୟ କୌଣସି ପ୍ରମାଣପତ୍ର ଠାରୁ ଆରମ୍ଭ କରି ନ୍ୟାୟାଳୟ ହେଉ କି ଅନ୍ୟ କୌଣସି କ୍ଷେତ୍ରର ସତ୍ୟପାଠ ପର୍ଯ୍ୟନ୍ତ କୌଣସି କଥାରେ ଆଦୌ ସତ୍ୟତା ନାହିଁ ଆମ ଦେଶରେ । କେବଳ ବ୍ରିଟିଶ ପ୍ରଣୋଦିତ ସାମ୍ବିଧାନିକ ଆଇନର ସମ୍ମାନ କରିବା ପାଇଁ ମିଥ୍ୟା ଅଭିଲେଖ ଗୁଡିଏ ପ୍ରସ୍ତୁତି ପୂର୍ବକ ଚାଲିଥାଏ ଆମ ବ୍ୟବସ୍ଥା, ଏକଥା କିଏ ନଜାଣେ ?! ଏମିତିକି ସମସ୍ତ ମିଥ୍ୟକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସାମ୍ବିଧାନିକ ନ୍ୟାୟୀକ ବ୍ୟବସ୍ଥା ଜଡିତ ମଣିଷ ଗୁଡିକ ଭଲଭାବେ ବୁଝି ପାରୁଥିଲେ ମଧ୍ୟ ସେହି ମିଥ୍ୟା ଅଭିଲେଖ ଗୁଡିକ ମାଧ୍ୟମରେ ବିଭିନ୍ନ ବିତର୍କିତ ମତ ଦେବାରେ କୌଣସି ଅନୁସୂଚନା ନାହିଁ କାହାର । ବ୍ୟବସ୍ଥାର ଉଚ୍ଚସ୍ଥ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ନ୍ୟାୟାଳୟର ନୟାଧୀଶଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ଭରଶୀଳ କେବଳ ଅଭିଲିଖିତ ତଥ୍ୟ ଉପରେ ଯାହାର ସଜ୍ଞା କୌଣସି ମତେ ଗ୍ରହଣୀୟ ହେଉନଥିଲେ ମଧ୍ୟ ଯଦି ତାହା ଆଇନ ପରିସର ମଧ୍ୟରେ ରହିଥାଏ ତାହେଲେ ମିଥ୍ୟା କାର୍ଯ୍ୟର କୌଣସି ସମୀକ୍ଷାର ଆବଶ୍ୟକତା ରଖି ନଥାଏ ଆମ ସମ୍ବିଧାନ ଯାହା ସବୁ ସମ୍ପୂର୍ଣ୍ଣ ମିଥ୍ୟା । ଏହି ମିଥ୍ୟା ଅଭିଲେଖ ବ୍ୟବସ୍ଥା କାହା ପାଇଁ ?! ସତେ ଯେମିତି ଭାବୁଛେ ଯେ ଆମ ପଡୋଶୀ ରାଷ୍ଟ୍ରକୁ ଠକିଦେଇ କିଛି ଲାଭ ପାଉଛେ କି ଆମେ ? ନା ସ୍ୱରାଷ୍ଟ୍ର କେଳେଙ୍କାରୀ ଦଳଙ୍କ ପାଇଁ ଉଦ୍ଧିଷ୍ଟ ଏହିସବୁ ମିଥ୍ୟାବାଦୀ କାର୍ଯ୍ୟ ଯଦ୍ୱାରା ସାଧାରଣ ଲୋକେ ନିଷ୍ପେସିତ ନାଚାର ?!! କି ଶିକ୍ଷିତ କି ଅଶିକ୍ଷିତ କୌଣସି ମଣିଷ ସତ୍ୟକୁ ଉନ୍ମୋଚନ କରିବା ଶିଖିନାହାନ୍ତି କିମ୍ବା କୌଣସି ଆନ୍ତରିକ ମନୋଭାବ ନାହିଁ କାହାର ସତ୍ୟକୁ ଜାଣିବା ପାଇଁ । ସମସ୍ତେ ଆଜି ବୁଝିଛନ୍ତି ଯେ କିଛି ମିଥ୍ୟା କଥା କହି ନିଜସ୍ୱ ସ୍ୱାର୍ଥ ହାସଲ କରିପାରିଲେ ଜୀବନ ଆନନ୍ଦ ମୟ ହେବ । ଧନ, ସମ୍ପତ୍ତି ସହିତ ସାମାଜିକ ସମ୍ମାନ ବୃଦ୍ଧି ହେବ ଯାହା ଆମକୁ ଆନନ୍ଦରେ ବଂଚିବାକୁ ଦେବ । ତେଣୁ କହିବାକୁ ଗଲେ ପ୍ରାୟତଃ ସମସ୍ତେ ଜୀବନର ପ୍ରତ୍ୟେକ ମୁହୁର୍ତରେ ଅନେକ ମିଥ୍ୟା ସମ୍ଭାଷଣ ଦେଉଥିବା ହେତୁ ନିଜେ ମଧ୍ୟ ମିଥ୍ୟା କବଳରୁ ବଂଚିତ ନହୋଇ ମିଥ୍ୟଚାରୀ ଭଳି ବଂଚୁଥିବା ଦେଖିବାକୁ ମିଳୁଛି । ମିଥ୍ୟା ସାମାଜିକ ପ୍ରତିଭା, ମିଥ୍ୟା ପ୍ରମାଣପତ୍ର, ମିଥ୍ୟା ସମ୍ଭାଷଣ, ମିଥ୍ୟା ବିତର୍କ ଇତ୍ୟାଦି ମାଧ୍ୟମରେ ଆଜିର ମଣିଷ ନିଜକୁ କେଉଁ ସ୍ଥାନିତ କରିପାରୁଛି ତାହା କ’ଣ ଅଗୋଚର କାହାକୁ ? ତାର୍କିକ ପରିବେଶରେ କେବଳ ମିଥ୍ୟାକୁ ସତ୍ୟରେ ପରିଣତ କରିବା ଲକ୍ଷ ରଖିଥା’ନ୍ତି ସମସ୍ତେ । ଏ କିଭଳି ତର୍କ ବୁଝୁଥିବ ସେମାନଙ୍କୁ ଯେଉଁମାନେ ତାହା ସହିତ ଜଡିତ, ତଥା ଅନ୍ୟାୟ, ଅସାମାଜିକ କାର୍ଯ୍ୟରେ ଲିପ୍ତ ମଣିଷ ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଆଇନ ଏବଂ ଆଇନଜୀବୀ ଗଣ । ଅନୈତିକ କାର୍ଯ୍ୟ କରୁଥିବା ମଣିଷଟିକୁ ସତ୍ୟର ପରିପନ୍ଥୀ କରାଇବା ତଥା ମାନବିକ ଚେତନା ଜ୍ଞାନ ଦେବା ପରିବର୍ତ୍ତେ ଯଦି ତାର୍କିକ ଯୁକ୍ତି ମାଧ୍ୟମରେ ସୁରକ୍ଷା ଯୋଗାଇ ଦିଆଯାଏ ତାହେଲେ ସେହି ମଣିଷଟି ଦିନକୁ ଦିନ ପଥଭ୍ରଷ୍ଟ ହେବା ସହିତ ତାହାର ଭବିଷ୍ୟ ପିଢ଼ି ତଥା ସମାଜରେ ଅନ୍ୟାନ୍ୟ ଲୋକଙ୍କୁ ସେହି ରୋଗ ବ୍ୟାପିବାରେ ସମାଜ କଳୁଷିତ ହେବ ନା ଭଲ ବିଚାର ନାହିଁ କାହାର । ମିଥ୍ୟାର ଅନେକ ଅଯୌକ୍ତିକ ପରିବେଶ ମଧ୍ୟରେ ଜଣେ କ୍ଷୀଣମନା, ଅଜ୍ଞାନ ମଣିଷ ପାଖରେ ଜ୍ଞାନୀ ମଣିଷଟିଏ ମଧ୍ୟ ନତମସ୍ତକ ହେଉଥିବା ଦେଖିବାକୁ ମିଳିବ ଯାହା ବ୍ରିଟିଶ ସଂଯୋଜିତ ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାର ରୂପରେଖ କହୁଛି । (ଗୋଟିଏ ସାଧାରଣ ଉଦାହରଣ ସ୍ୱରୂପ ଆମ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଶିକ୍ଷିତ, ଜ୍ଞାନୀ ଲୋକଙ୍କ ସମ୍ପର୍କକୁ ନିଆଯାଇ ପାରେ, କି ଅଯୌକ୍ତିକ ପରିସ୍ଥିତି, ପରିବେଶ ମଧ୍ୟରେ ଜଣେ ସମ୍ପୂର୍ଣ୍ଣ ଅଶିକ୍ଷିତ, ଅଜ୍ଞାନ ମଣିଷଙ୍କୁ ନେଇ ବିଧାନ ସୌଧ, ସଂସଦରେ ଉପସ୍ଥାପନ କରାଯାଇଥାଏ ଆମ ଦେଶରେ) ! ଏଇଥିରେ ରାଷ୍ଟ୍ରର ବିକାଶ ତଥା ଅଗ୍ରଗତି ହେବା କ’ଣ ସମ୍ଭବ ? ତେଣୁ ସେହି ବ୍ରିଟିଶ ସଂଯୋଜିତ ମିଥ୍ୟାଚାରି, ମିଥ୍ୟାବାଦୀ କାର୍ଯ୍ୟକଳାପ ଦିନକୁ ଦିନ ଅତ୍ୟନ୍ତ କୃର ରୂପ ଧାରଣ କରି ଆଜି ସମୟରେ ପ୍ରାୟତଃ ସମସ୍ତ ଭାରତୀୟଙ୍କୁ ମିଥ୍ୟାବାଦୀ, ମିଥ୍ୟଚାରୀ ଭଳି ଗଢି ତୋଳିବାରେ ଯଥେଷ୍ଟ ସହାୟକ ହୋଇଛି ଯାହା ପରିବର୍ତ୍ତନ କରି ଆମର ପୂର୍ବ ସ୍ମୃତି ଫେରାଇ ଆଣିବା ଏକ ଅସମ୍ଭବ କାର୍ଯ୍ୟ ଭଳି ମାନେ ହୁଏ ଆମକୁ । ତଥାପି ଏମିତି କିଛି କାର୍ଯ୍ୟ ନାହିଁ ଯାହା ଅସମ୍ଭବ । କିନ୍ତୁ ଯଥେଷ୍ଟ ଇଛାଶକ୍ତିର ଆବଶ୍ୟକତା ରହିଛି ଯାହା ସାଧାରଣ ଲୋକେ ପୋଷଣ କରିବା ବିଧେୟ ଯଦି ଏକ ସଂସ୍କୃତ ମଣିଷ ସମାଜ ଆମେ ଚାହୁଁଛେ । ତର୍କ ମାଧ୍ୟମରେ ସତ୍ୟକୁ ଉନ୍ମୋଚନ କରିବା ଲକ୍ଷ ରଖାଯିବା ବିଧେୟ । ଅନୈତିକ ଲୋକଙ୍କୁ ତର୍କ ମାଧ୍ୟମରେ ସହାୟତା ଯୋଗାଇ ଦେଉଥିବା ସାମ୍ବିଧାନିକ ଆଇନ ଗୁଡିକର ଉଛେଦ କରାଯିବା ଆବଶ୍ୟକ । ମିଥ୍ୟକୁ ସମ୍ପୂର୍ଣ୍ଣ ରୂପେ ସମାଜରୁ ବିଲୀନ କରି ସତ୍ୟବାଦୀ ମଣିଷ ସୃଷ୍ଟି କରାଯିବା ଲକ୍ଷ ରଖିବା ସର୍ବାଦୌ ଏକ ସଭ୍ୟ ମଣିଷ ସମାଜର କର୍ତ୍ତବ୍ୟ । ସାଧାରଣ ଲୋକଙ୍କୁ ସବୁ କଥା ବୁଝା ପଡୁନଥିଲେ ମଧ୍ୟ କେତେକ ଜ୍ଞାନୀ, ସୃଜନଶୀଳ ମଣିଷ ସେଗୁଡିକ ପ୍ରତି ତତ୍ପରତା ଭାବ ପ୍ରଦର୍ଶନ ପୂର୍ବକ ସ୍ୱୟଂସେବକ ଭଳି ସମାଜରେ ସତ୍ୟକୁ ପରିଚାଳନା କରିବା ଲକ୍ଷ ରଖିବା ଆବଶ୍ୟକତା ରହିଛି ଆଜି ସମୟରେ ଆମ ଦେଶରେ । ନହେଲେ ଏମିତି ମିଥ୍ୟାବାଦୀ, ମିଥ୍ୟଚାରୀ ସମାଜ ଆଉ ଅଧିକ ଦିନ ତିଷ୍ଠି ରହିବ ନାହିଁ ଯାହା ସମୟ ପୂର୍ବରୁ ବିଲୀନ ହୋଇ ମଣିଷ ସମାଜ ଧ୍ୱଂସ ହେବ ।

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ-୭୬୧୦୨୦
ଦୂରଭାଷ.: ୯୪୩୭୩୨୪୯୧୭.