ତଥାପି ବଞ୍ଚିଛି ମଣିଷ ପଣିଆ : କାନ୍ଧ ଦେଲେନି ଆତ୍ମୀଅ ସ୍ୱଯନ…

ବୁଗୁଡା (ସମୃଦ୍ଧ ଓଡିଶା) ସ୍ୱାର୍ଥପର ଦୁନିଆରେ ଆଜିବି ବଞ୍ଚି ରହିଛି ମଣିଷ ପଣିଆ ବା ମାନବିକତା । ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ବୁଗୁଡା ବ୍ଲକ, ଗୋଲିଆ ପାଞ୍ଚାୟତ ଅନ୍ତର୍ଗତ ଚିରିକିପଡା ଗ୍ରାମର ଗତକାଲିର ଘଟଣା । ଜ୍ଵରରେ ଆକ୍ରାନ୍ତ ହୋଇ ସ୍ୱାମୀ ପଞ୍ଚୁ ପ୍ରଧାନ ମରିଥିଲେ ଏପ୍ରିଲ ୫ ତାରିଖ ସକାଳେ, ପୁଅ ଚିତ୍ରସେନ ପ୍ରଧାନ(୩୫) ପୋଲସରା ମେଡ଼ିକାଲରେ ଜୀବନ ସହ କରୁଛନ୍ତି ସଂଘର୍ଷ । ଆଉ ସ୍ୱାମୀ ଚାଲିଯିବାର କେଇ ଘଣ୍ଟା ପରେ ସହି ୫ ତାରିଖ ଅପରାହ୍ନ ତିନି ଟା ସମୟରେ ଚାଇଗଲେ ପତ୍ନୀ ସବିତା ପ୍ରଧାନ(୫୫) । ସ୍ୱାମୀଙ୍କ ଶବ ସକାଳେ ଦାହ କରାଯାଇଥିଲେ ମଧ୍ୟ ପତ୍ନୀର ମୃତ୍ୟୁ ଘଟଣା ପରେ ଗ୍ରାମର ଲୋକଙ୍କ ମଧ୍ୟରେ ଖେଳିଗଲା କରୋନା ଆତଙ୍କ ଭୟ । ଶବ ଦାହ କରିବାକୁ ଆସିଲେ ନାହିଁ ଗ୍ରାମର କୌଣସି ଲୋକ । ମୃତ ସବିତାଙ୍କ ବିବାହିତ ଝିଅ ଖବର ପାଇ ଆସିଥିଲେ ମଧ୍ୟ ଯାଇନଥିଲେ ମାଆଙ୍କ ମର ଶରୀର ନିକଟକୁ । ରହିଥିଲେ ବାହାରେ । ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କୁ ଖବର ଦେଇଥିଲେ । ଯାହା ହେଲେବି ମୃତ୍ୟୁ ଘୋଷଣା କରିବେ ଡାକ୍ତର । ବିଡ଼ିଓ ଯୋଗାଯୋଗ କଲେ ବୁଗୁଡା ମେଡ଼ିକାଲ ଟିମ ସହ । ବିଡ଼ିଓ ତନ୍ମୟ ପାତ୍ର, ଡାକ୍ତର ମନୋରଞ୍ଜନ ନାୟକ, ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ, ବୁଗୁଡା ମେଡ଼ିକାଲ ବିପିଏମ ବିଶ୍ଵଜିତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ଏହି ପାଞ୍ଚ ଜଣ କରୋନା କିଟ ପରିଧାନ କରି ରାତ୍ର ୮ ଘଣ୍ଟା ବେଳେ ସବିତାଙ୍କ ଘରକୁ ଯାଇ ସବିତାଙ୍କ ମର ଶରୀର ଉଠାଇ ଶ୍ମଶାନକୁ ନେଇ ଶବ ଦାହ କରି ମଣିଷ ପାଣିଆର ପରିଚୟ ଦେଇଥିଲେ । ସ୍ୱର୍ଗତ ସବିତାଙ୍କ ପରିବାର ବର୍ଗ କିମ୍ବା ଗ୍ରାମବାସୀ କରୋନା ସନ୍ଦେହ କରି ଶବ ପାଖ ଯାଇନଥିବା ବେଳେ ବିଡ଼ିଓ ଶ୍ରୀ ପାତ୍ର, ଡାକ୍ତର ଶ୍ରୀ ନାୟକ, ଡାକ୍ତର ଶ୍ରୀ ବିଶ୍ୱାଳ, ବିପିଏମ ଶ୍ରୀ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ବାବୁ ଯେଉଁ ପରି ଭାବେ ମାନବିକତାର ପରିଚୟ ଦେଇଛନ୍ତି, ସେଥିପାଇଁ ଆପେ ଆପେ ନଇଁ ଯାଉଛି ମସ୍ତକ । ଖବର ଜାଣିବା ପରେ ଅଞ୍ଚଳବାସୀ କରିଛନ୍ତି ଭୂରି ଭୂରି ପ୍ରଶଂସା । ଏବେ ବି ବଞ୍ଚିଛି ମଣିଷ ପଣିଆ ।