ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଶିକ୍ଷକ, ସ୍କାଉଟମାଷ୍ଟର, ଗାଇଡ଼ କ୍ୟାପଟେନ, ଜୁନିୟରରେଡକ୍ରସ କାଉନସିଲରଙ୍କ ବାର୍ଷିକ ଉତ୍ସବ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି କ୍ରୀଡା ଶିକ୍ଷକ, ସ୍କାଉଟମାଷ୍ଟର, ଗାଇଡ଼ କ୍ୟାପଟେନ, ଜୁନିୟରରେଡକ୍ରସ କାଉନସିଲର ମାନଙ୍କ ମିଳିତ ବାର୍ଷିକ ସାଧାରଣ ପରିଷଦ ବୈଠକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ସଦର ବିଇଓ ନିତ୍ୟାନନ୍ଦ ବାରିକ, କାମାକ୍ଷାନଗର ବିଇଓ ଅଜୟ କୁମାର ପାତ୍ର, ପରଜଙ୍ଗ ବିଇଓ ହରିହର ଦେହୁରୀ, ହିନ୍ଦୋଳ ବିଇଓ ଶାନ୍ତନୁ କୁମାର ମଲ୍ଲିକ, ଓଡାପଡା ବିଇଓ ଅଭିମନ୍ୟୁ ସେଠି, ଭୁବନ ଏବିଇଓ ସୁମତି ପ୍ରଧାନ, ଗନ୍ଦିଆ ଏବିଇଓ ସଂସାର ଭୋଇ, ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ବି ବି ହାଇସ୍କୁଲ, ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୋଗରେଶ୍ଵର ହାଇସ୍କୁଲ, ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା, କାଇମାଟି ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ, ଯନ୍ତାରିବୋଲ, ଆଞ୍ଚଳିକ ହାଇସ୍କୁଲ ବାରୁଆ କେ, କୁସୁମଯୋଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ମାନେ ତଥା ସ୍କାଉଟ କମିଶନର ଗଗନ ବିହାରୀ ନାୟକ, ଗାଇଡ଼ କମିଶନର ପୁଷ୍ପାଞ୍ଜଳି ଦଳେଇ, ହେଡକ୍ୱାର୍ଟର କମିଶନର (ଗାଇଡ଼) ଦିପ୍ତିମୟୀ ଲେଙ୍କା, ଫ୍ଲକ ଲିଡର ସୁସ୍ମିତା ସାହୁ, ଜିଲ୍ଲା ଜୁନିୟର ରେଡିକ୍ରସ ଅଫିସର ନରେଶ ମହାରଣା ପ୍ରଭୃତି ଉପସ୍ଥିତ ଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଉକ୍ତ ସଂସ୍ଥାଗୁଡିକର ସମ୍ପାଦକ ସୁଶ୍ରୀ ସୌଦାମିନୀ ଦାସ ବାର୍ଷିକ ବିବରଣୀ ପାଠ କରିବା ସହିତ ବାର୍ଷିକ ଆୟବ୍ୟୟ ଅଟକଳ ପାଠ କରିଥିଲେ ଓ ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଚଳିତ ଶିକ୍ଷାବର୍ଷ ୨୦୧୯ -୨୦ ପାଇଁ ବିଭିନ୍ନ ବିଭାଗର କାର୍ଯ୍ୟସୂଚି ଅନୁମୋଦନ କରାଯାଇଥିଲା । ଖେଳ କୁଦ, ସ୍କାଉଟ ଗାଇଡ଼ ଓ ଜୁନିୟର ରେଡିକ୍ରସ ଇତ୍ୟାଦି ସହ ଶୈକ୍ଷିକ କାର୍ଯ୍ୟକ୍ରମ ଗୁଡିକ ବିଦ୍ୟାଳୟ ମାନଙ୍କରେ ନିଷ୍ଠାର ସହ କଲେ, ଶରୀର ସୁସ୍ଥ ରହିବ ବୋଲି ପରାମର୍ଶ ଦେଇଥିଲେ । ଜୁନିୟର ରେଡକ୍ରସ ଯୁଗ୍ମ ସଂପାଦକ ବିପିନ ବିହାରୀ ଶତପଥୀ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଢେଙ୍କାନାଳର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା ଜଣାଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି