ଢେଙ୍କାନାଳ ଜିଲ୍ଲା ଭାରତ୍ତୋଳନକାରୀଙ୍କ କୃତିତ୍ୱ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଭାରତ୍ତୋଳନ ସଂଘର ସମ୍ପାଦକ ଗୋପାଳକୃଷ୍ଣ ଦାସ ସୂଚନା ଦେଇଛନ୍ତି  କି ଢେଙ୍କାନାଳ ଜିଲ୍ଲା ଭାରତ୍ତୋଳନ ସଂଘ ଏବଂ ଭାରତୀୟ କ୍ରୀଡା ପ୍ରାଧିକରଣ ଖେଳ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରତିନିଧିତ୍ୱ କରିଥିବା ଭାରତ୍ତୋଳନକାରୀମାନେ କବିସୂର୍ଯ୍ୟାନଗର, ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ଭାରତ୍ତୋଳନ ପ୍ରତିଯୋଗିତା ୨୦୧୮ରେ ଢେଙ୍କାନାଳ ଜିଲ୍ଲା ପୁରୁଷ ବିଭାଗରେ ରନରସପ ହୋଇଅଛି । ପ୍ରତିନିଧିତ୍ୱ କରିଥିବା ୩ଜଣ ପ୍ରତିଯୋଗୀ ୩ ଟି ସ୍ୱର୍ଣ୍ଣ, ୩ ଟି ରୋପ୍ୟ, ଦୁଇଟି ବ୍ରୋଞ୍ଚ ପଦକ ଲାଭ କରିଛନ୍ତି । କାହ୍ନୁ ଚରଣ ସାହୁ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଭରତ୍ତୋଳନକରି ଭାବେ ପୁରସ୍କୃତ ବିବେଚିତ ହୋଇଛନ୍ତି । ପୁରୁଷ ୭୩ କେଜି ବର୍ଗର କହୁ ଚରଣ ସାହୁ ଜୁନିୟର ପୁରୁଷ ବର୍ଗରେ ୧୦୨ କେଜି ରେ ଶିଭମ ଏବଂ କୁମ୍ଭେଶ୍ଵର ମଲ୍ଲିକ ଯୁବ ୫୫ କେଜି ନୂତନ ମିଟ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବିଜେତା ଦଳକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ ସଭାରେ ଉପଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ, ସାଇ କ୍ରୀଡା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ଓ ଭରତ୍ତୋଳନ ସଂଘର ସହସମ୍ପାଦକ ରାକେଶ କୁମାର ମଝି ଅଂଶ ଗ୍ରହଣ କରିଛନ୍ତି ।

ରିପୋଟ : ଶୁଭମ କୁମାର ପାଣି