ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସହାୟତା କେନ୍ଦ୍ର ଉଦଘାଟିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ ପକ୍ଷରୁ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ଠାରେ ଆଇନ ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଆଇନ ସହାୟତା କେନ୍ଦ୍ରକୁ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ଅବସରରେ ସମସ୍ତ ନାଗରିକ ଏହାର ସୁଫଳ ପାଇବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ (ଭିଜିଲାନ୍ସ) ପ୍ରତିମା ପଣ୍ଡା, ଦୀପ୍ତି ରଞ୍ଜନ କାନୁନଗୋ ବିଚାରପତି ପରିବାର ଅଦାଲତ, ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଉପ ସଚିବ ଦୀପକ ରଂଜନ ସାହୁ, ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଠ ଦେୱାନୀ ଅଦାଲତ ବିଚାରପତି ଛାୟାକାନ୍ତ ଦାଶ, ବରିଷ୍ଠ ଦେୱାନୀ ଅଦାଲତ(ଏଲ.ଆର.ଓଏଲ.ଟି.ଭି) ବିଚାରପତି ସୁଶୀଲ କୁମାର ସାହୁ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଜିତ ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ନିଶା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ଏହି ନୂତନ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟନ ଦ୍ୱାରା ଲୋକମାନେ କିଭଳି ଉପକୃତ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଆଇନ ମହାବିଦ୍ୟାଳୟର କୁଳପତି ବିଜୟ କୁମାର ମହାପାତ୍ର, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଅଧ୍ୟାପିକା ଶୁଭଦର୍ଶିନୀ ସାନ୍ତରାୟ ଆଇନ ସହାୟତା କେନ୍ଦ୍ରର ପରିଚାଳନା ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲା ଓକିଲ ସଂଘର ସମ୍ପାଦକ ଟଙ୍କଧର ବେହେରା, ପ୍ୟାନେଲ ଳୟର ସଯିତି ସାହୁ, ମାନସୀ ମହାପାତ୍ର, ସସ୍ମିତା ପଟ୍ଟନାୟକ, ରଞ୍ଜନ କୁମାର ମିଶ୍ର ଏବଂ କନସିଲିଏଟର, ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାଷିନୀ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଶୁଭମ ପାଣି