ଢେଙ୍କାନାଳର ରେଳଧାରଣା ତଳେ ଏକ ସୁଡ଼ଙ୍ଗ ପୋଲ ନିର୍ମାଣ ପାଇଁ ରେଳ ବିଭାଗକୁ ଦାବିପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ରେଳଧାରଣା ତଳେ ଏକ ସୁଡ଼ଙ୍ଗ ପୋଲ ନିର୍ମାଣ ପାଇଁ ରେଳ ବିଭାଗକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳର ସଞ୍ଜୟ ଜୀ କୃଷ୍ଣ ସେବା ସମିତି ଦୀର୍ଘ ୨୦ ବର୍ଷ ହେବ ଢେଙ୍କାନାଳ ରେଲୱେ ପ୍ଲାଟ ଫର୍ମ ନଂ ୨ ସାମ୍ନାରେ ଏକ କଲୋନୀ ରହିଛି । ସେହି କଲୋନୀରେ ୫୨୩ ଜନସଂଖ୍ୟା ବିଶିଷ୍ଟ ୮୭ଟି ପରିବାର ବସବାସ କରୁଛନ୍ତି । ସେହି କଲୋନୀର ଲୋକମାନଙ୍କୁ ସହରକୁ ଯିବା ଆସିବା ପାଇଁ କୌଣସି ରାସ୍ତା ନାହିଁ । ରେଳ ଧାରଣା ଉପରେ ଚାଲିକି ଆସିବା ପାଇଁ ପଡୁଛି । ସବୁ ସମୟରେ ରେଳ ଧାରଣା ଉପରେ ମାଲଗାଡ଼ି, ଯାତ୍ରୀବାହୀ ଗାଡି ଗୁଡିକ ରହିଥାଏ ତେଣୁ ଯିବା ଆସିବା କରିବାରେ ଲୋକମାନେ ବହୁ ବିପଦର ସମ୍ମୁଖୀନ ହେଉଛନ୍ତି । ମାଲବାହୀ ଗାଡିଗୁଡିକ ଦୀର୍ଘ ସମୟ ଧରି ରହିବାରୁ କୌଣସି ଏକ ଜରୁରୀ ରୋଗୀଙ୍କୁ ଡାକ୍ତରଖାନାକୁ ନେବାକୁ ବହୁ ଅସୁବିଧାର ସମ୍ମୁଖୀନରେ ପଡୁଛନ୍ତି । ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସ ଗାଡି ପହଞ୍ଚିପାରୁ ନାହିଁ ଲୋକମାନେ କାନ୍ଧରେ ବୋହି ସହରକୁ ଯାଇ ଗାଡି ଭଡା କରି ଯାଆନ୍ତି । କଲୋନୀରେ ଅଧିକାଂଶ ଦିବ୍ୟାଙ୍ଗ ଲୋକ ରହୁଥିବାରୁ ରେଳ ଧାରଣା ଅତିକ୍ରମ କରିବାର କଷ୍ଟକର ହେଉଛି । ପୁଣି ଏବେ ଆଉ ଦୁଇଟି ରେଳ ଧାରଣା ଯାଉଥିବାରୁ ଆଗକୁ ଯିବା ଆସିବା କରିବା ଆହୁରି ବିପଦ ସଂକୁଳ ହୋଇପଡିବ ତେଣୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରି ଏକ ପୋଲ ନିର୍ମାଣ ପାଇଁ ଦାବି ହୋଇଛି ।

ରିପୋର୍ଟ : ଶୁଭମ କୁମାର ପାଣି