ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲାପାଳ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସମଗ୍ରଶିକ୍ଷା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସୁଧାନନ୍ଦ ପରିଡା, ଅଧ୍ୟକ୍ଷ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମିଶ୍ର, ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ସଂଯୋଜକ ଓ ସମଗ୍ର ଶିକ୍ଷାର ସମସ୍ତ କର୍ମକର୍ତ୍ତା, ସମସ୍ତ ବ୍ଲକ ଯୋଜନା ସଂଯୋଜକ ଓ SATH-E ଟିମ ତରଫରୁ ଶ୍ରୀମତୀ ତେଜସ୍ୱିନୀ ପାଣିଗ୍ରାହୀ ଉପସ୍ଥିତ ଥିଲେ । SATH-E ଟିମ ତରଫରୁ କରାଯାଉଥିବା ସର୍ବେକ୍ଷଣ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଗତ ଡିସେମ୍ବର ମାସରେ ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା । ସର୍ବେକ୍ଷଣ କରାଯାଉଥିବା ସମସ୍ତ ଇଣ୍ଡିକେଟର ଉପରେ ମାନନୀୟ ଜିଲ୍ଲାପାଳ ମହୋଦୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଯେଉଁ ଇଣ୍ଡିକେଟର ଗୁଡିକରେ ବିଦ୍ୟାଳୟ ମାନଙ୍କରେ ଶତ ପ୍ରତିଶତ ସଫଳତା ହାସଲ କରିବାରେ ଅସୁବିଧା ଉପୁଜୁଛି, ବ୍ୟକ୍ତିଗତ ଭାବରେ ପହଂଚି ଆସନ୍ତା ମାସ ପୂର୍ଵରୁ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ଏହି ପ୍ରକାରର ଦଳଗତ ପ୍ରୟାସ ଜାରି ରଖିବାକୁ ଓ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଆହ୍ୱାନ ଜଣାଇଥିଲେ । ନିଜ ନିଜ ଭିତରେ ସୁସ୍ଥ ମନୋଭାବର ପ୍ରତିଯୋଗିତା ରଖି ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ମଧ୍ୟରେ କମ ଅନ୍ତରାଳ ରଖିବାକୁ ପରାମର୍ଶ ଦେଇଥିଲେ । ଡିସେମ୍ବର ମାସରେ ସବୁ ମାପକର ହାରାହାରି ସଫଳତା ଭିତ୍ତିରେ ସଦର ବ୍ଲକ ଜିଲାରେ ପ୍ରଥମ ସ୍ଥାନ ଓ ରାଜ୍ୟରେ ୧୮ତମ ସ୍ଥାନ ଅଧିକାର କରିଥିବାରୁ ମାନନୀୟ ଜିଲ୍ଲାପାଳ ମହୋଦୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ସଦର ବ୍ଲକର ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ଶତ ପ୍ରତିଶତ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ ସଂଯୋଗୀକରଣ, ଶୌଚାଳୟର ପରିଚ୍ଛନ୍ନ ପରିଚ୍ଛନ୍ନତା, ଆଧାର ପଞ୍ଜୀକରଣ, ଦ୍ଵିତୀୟ ପର୍ଯ୍ୟାୟ ଗରିମା ରୌପ୍ୟ ଆକଳନରେ ସମସ୍ତ ବ୍ଲକ କିପରି ଭଲ ପ୍ରଦର୍ଶନ କରିବେ,ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ନିରନ୍ତର ଉପସ୍ଥାନ କିପରି ଉନ୍ନତ କରାଯାଇପାରିବ, ଏ ସବୁଦିଗରେ ଯଥାବିଧି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ସଂଯୋଜକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ କୁନି କୁନି କଳିକା ମାନଙ୍କ ଲେଖାରେ ରୁଦ୍ଧିମନ୍ତ ସମଗ୍ର ଶିକ୍ଷାର ମୁଖପତ୍ର “ପ୍ରେରଣା” ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ଏବଂ ଛାତ୍ର/ଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଲୋକାର୍ପଣ ହୋଇଥିଲା ।

ରିପୋର୍ଟ : ଶୁଭମ କୁମାର ପାଣି