ଢେଙ୍କାନାଳରେ ଜାତୀୟ ଶିକ୍ଷା ଦିବସ ପାଳନ ହୋଇଯାଇଛି …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ଗତ ରବିବାର ଦିନ ପୌରାଞ୍ଚଳର ୨ନଂ ୱାର୍ଡରେ ଅବସ୍ଥିତ ଡ. ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟର ପରିସରରେ ଜାତୀୟ ଶିକ୍ଷା ଦିବସ ପାଲନ  ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷୟତ୍ରୀ ଅଞ୍ଜନା ମିଶ୍ରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜିତ କରାଯାଇଥିଲା । ସେହି ସଭାରେ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କାଲାମଆଜିଦଙ୍କର ଜନ୍ମ ଦିବସଟିକୁ କାହିଁକି ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଇଥିଲା ସେହି ବିଷୟରେ ଆଲୋଚନା କରାଯାଇଥିଲା । ଶିକ୍ଷାପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବୁଝାଇବା ସହ ଶିକ୍ଷାର କିପରି ପୁନଃଗଠନ ଘଟିଥିଲା ସେ ବିଷୟରେ ପ୍ରଧାନ ଶିକ୍ଷୟତ୍ରୀ ପିଲାମାନଙ୍କୁ ବୁଝାଇଥିଲେ । ଶିକ୍ଷା ହିଁ ଚରିତ୍ର ଗଠନର ସହାୟକ ଓ ମାର୍ଗ ଦର୍ଶକ ବୋଲି ଶିକ୍ଷୟତ୍ରୀ ସରଳା ସାହୁ ମତ  ପ୍ରଦାନ କରିଥିଲେ । ପିଲାମାନଙ୍କ ତରଫରୁ ପ୍ରୀତିଅଞ୍ଜଳୀ ସିଂହ ଶିକ୍ଷା ଲାଭ କରିବା ସମସ୍ତଙ୍କ ଅଧିକାର ଓ କର୍ତବ୍ୟ ବୋଲି ଭାଷଣରେ କହିଥିଲେ । ଶେଷରେ ଶିକ୍ଷକ ଅଶୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କମଳା ଦାସ, ଗଣେଶ  ମିଶ୍ର, ସୁଶୀଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମମାନର ଶିକ୍ଷ୍ୟା ପ୍ରତି  ପ୍ରୋତ୍ସାହିତ  କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି