ଡି.ଏନ ଗ୍ରୁପରେ ଆଇ.ଟି ରେଡ୍ : ଖାଲି କାଟା କାଟା ଟଙ୍କା ୧୦୫କୋଟି

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଓ ଆଜି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି । ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା ଆୟକର ବିଭାଗର କର୍ମଚାରୀ ତାଙ୍କୁ ପଚରାଉଚରା କରୁଥିବା ସୂଚନା ମଳିଛି । କର୍ମଚାରୀ ଜଣଙ୍କ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ? କେଉଁ ଉଦ୍ଦେଶ୍ୟରେ ଓ କାହାଠାରୁ ଏତେ ଟଙ୍କା ଆଣି ଜଣେ କର୍ମଚାରୀ ନିଜ ଘରେ ଥାକ ମାରି ରଖିଥିଲେ ? ଏପରି ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରୁଛନ୍ତି ଆୟକର ଅଧିକାରୀ । ଗତକାଲି ଭୁବନେଶ୍ୱର ସମେତ ପ୍ରାୟ ୨୦ଟି ସ୍ଥାନରେ ଥିବା ଡିଏନ ଗ୍ରୁପର ବ୍ୟବସାୟିକ ପ୍ରତିଷ୍ଠାନ, ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କ ସମେତ ନିର୍ଦ୍ଦେଶକ, ଅଧିକାରୀ ଓ କର୍ମଚାରୀଙ୍କ ଘର ଉପରେ ଏକକାଳୀନ ଛାପା ମାରିଥିଲା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ। ଭୁବନେଶ୍ୱର ଆଇଆରସି ଭିଲେଜରେ ଥିବା ଡିଏନ୍ ଗ୍ରୁପର ମୁଖ୍ୟ ଅଫିସରେ ମଧ୍ୟ ରେଡ୍ ହୋଇଥିଲା । ଚଢ଼ାଉ ବେଳେ ଡିଏନ ଗ୍ରୁପର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀରେ ଥିବା ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ କରାଯାଇଥିଲା । ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇ ଥିଲେ । ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏତେ ପରିମାଣର ନଗଦ ଟଙ୍କା କିଭଳି ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଲା ଓ ଏହି ନଗଦ ଟଙ୍କା କାହାର, ତାହା କଳାଟଙ୍କା ନୁହେଁ ତ ଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଆଜି ବି ଜବତ ହୋଇଥିଲା ଟଙ୍କା ଏହାକୁ ମିଶାଇ ୧୦୫କୋଟି ଟଙ୍କା ଆଡେ ଗଲାଣି I