ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ୯ମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମାଧ୍ୟମିକ ସ୍କୁଲ ଗୁଡିକ ଖୋଲିବା ନେଇ ସମସ୍ତେ ଚଳଚଞ୍ଚଳ ଥିବା ବେଳେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ତାଙ୍କ ଚିଠି ନଂ ୨୮୯ /୬-୧୧-୨୦ରେ ରାଜ୍ୟର ସବୁ ବିଦ୍ୟାଳୟ ଡିସେମ୍ବର ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମରେ ପ୍ରକାଶ ପାଇଛି ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଂ ୬୧୪୯/ଆର୍‌ଏଣ୍ଡଡିଏମ୍ ବିଭାଗର ୩୧-୧୦-୨୦ ଅନୁଯାୟୀ ସ୍ୱତନ୍ତ୍ର ରିଲିଫ କମିସନର ସ୍କୁଲ ଗୁଡକର ନବମରୁ ଦ୍ୱାଦଶ ଶେଶ୍ରୀଯାଏ ନଭେମ୍ବର ୧୫ରେ ଖୋଲିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । କିନ୍ତୁ କୋଭିଦ୍ ୧୯ରେ ଅଧିକ ଲୋକ ସଂକ୍ରମିତ ହେଉଥିବା ଓ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖି ରାଜ୍ୟ ସରକାର ଆସନ୍ତା ଡିସେମ୍ବାର ୩୧ ତାରିଖ ପର୍ଯ୍ୟନ୍ତ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।