ଡିଆରଡିଏ ପିଡି ଭାବେ ଦାୟିତ୍ୱ ଗ୍ରହଣ କଲେ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଡିଆରଡିଏ ପିଡି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ । ପୂର୍ବରୁ ସେ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେ ୨୦୧୬ ବ୍ୟାଚର ଆଇଏଏସ୍ ଅଫିସର ଅଟନ୍ତି । ସେ ପୂର୍ବରୁ ବାଲିଗୁଡା ଉପଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ଆଜି ସେ ନୂତନ ଡିଆରଡିଏ ପିଡି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏମନରେଗା ଓ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପୂର୍ବଭଳି ସଫଳତା ବଜାୟ ରଖିବା ଦିଗରେ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମସ୍ତ ଯୋଜନା ଗୁଡିକୁ ଗ୍ରାମାଞ୍ଚଳର ଲୋକଙ୍କ ଠାରେ ସଫଳ ରୂପାୟନ ନିମନ୍ତେ ପ୍ରଚେଷ୍ଟା ରହିବ ବୋଲି ଡିଆରଡିଏ ପିଡି ଶ୍ରୀ ଭାଉସାହେବ କହିଛନ୍ତି । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଏପିଡି (ପ୍ରଶାସକ) ଜ୍ୟୋତିଶଙ୍କର ରାୟ, ଏପିଡି (ଫାଇନାନ୍ସ) ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଏପିଡି(ରୁରାଲ୍ ହାଉସିଂ) ସୌମ୍ୟରଞ୍ଜନ ହୋତା, ସେକ୍ସନ୍ ଅଫିସର ରଘୁନାଥ ବେହେରା, ଓଏସ୍‌ଡି କୃଷ୍ଣଚନ୍ଦ୍ର ପଣ୍ଡା, ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ରଥ, ଉପ-ନର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ସମେତ ଡିଆରଡିଏ କାର୍ଯ୍ୟାଳୟ ସମସ୍ତ କର୍ମଚାରୀ ଏବଂ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌. ଗଣେଶ ବାବୁ ଓ ବିଭିନ୍ନ ସ୍ତରର କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା