ଝାମୀ ଯାତ୍ରା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗରର ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ଥିବା ଝାମୀ ମନ୍ଦିରରେ ମହାସମାରୋହରେ ଝାମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭକ୍ତିପୂର୍ଣ୍ଣ ଓ ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଯାତ୍ରାରେ ସକାଳୁ ସକାଳୁ ଭକ୍ତଙ୍କ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହି ଯାତ୍ରା କାହିଁ କେଉଁ କାଳରୁ ଚାଲିଆସୁଛି । ଫାଲଗୁନ ମାସ ଅଷ୍ଟମି କିମ୍ବା ନବମୀ ତିଥୀରେ ପଜିଂକା ଅନୁଯାୟୀ ସ୍ଥିର କରାଯାଇ ଏହି ଝାମୀ ଯାତ୍ରା ଅନୁଷ୍ଠିତ ହୁଏ । ଆଜିର ଏହି ଯାତ୍ରାରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବହୁ ସମାଜସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇନରହ୍ବିଲ କ୍ଲବ ତରଫରୁ ଆଇସକ୍ରୀମ ସେହିପରି ରବିନ ହୁଡ ଆରମୀ ତରଫରୁ ଗ୍ଳୁକୋଜ ଓ ଥଣ୍ଡା ସର୍ବତ ଇନରହ୍ବିଲ କ୍ଲବ ସଭାପତି ସୋନାଲୀ ହଜାରା, ସଂପାଦକ ଅନିତା, ଅପ୍ରମିତା ମଙ୍ଗରାଜ, ଅମୃତା, ଗାୟତ୍ରୀ, ଭବାନି, ନିରଜା, ସୁନିତା, ମମତା ଓ ରବିନ ହୁଡ ଆରମୀ ତରଫରୁ ଲଳିତ ମୋହନ ମଙ୍ଗରାଜ, ବିଜୟ, ଅନିଲ କୁମାର ପ୍ରମୁଖ ସହଯୋଗ କରିଥିଲେ । ହଜାର ହଜାର ସଂଖ୍ୟାର ଭକ୍ତମାନଙ୍କ ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ସୁପରିଚାଳନା କରି ଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିଥିଲେ । ସେହିପରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗୁଁ ଏହିପରି ଏକ ମହାନ କାର୍ଯ୍ୟ ସମ୍ପାଦନ ହୋଇପାରିଲା । ଆଜିର ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଟି ର ସମସ୍ତ ସଦସ୍ୟଙ୍କ ସହ କିନର ସଂଘ ଓ ଅନ୍ୟାନ୍ୟ ବହୁ ସଂଗଠନ ସହାୟତାର ହାତ ବଢାଇ ଥିଲେ ।ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ, ପୂର୍ବତନ କୋରପରେଟର ତଥା ସମାଜସେବୀ ଆର ମୁରଲୀ ମୋହନଙ୍କ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଥିଲେ । ନୀଳମଣି ପୃଷ୍ଠି, ସୁରେଶ ସାହୁ, ଲଳିତ ମୋହନ ମଙ୍ଗରାଜ, ଗୌରାଙ୍ଗ ଚୌଧୁରୀ, ଅନିଲ କୁମାର ଚୌଧୁରୀ,ସୁଶାନ୍ତ ସାହୁ,ଶିବ ସାହୁ, ନାରାୟଣ ଚୌଧୁରୀ, ଆଶୁତୋଷ ମହାପାତ୍ର, ପବିତ୍ର ମହାନ୍ତି, ମୁନା ମହାପାତ୍ର, ରାମଜୀ ପଟ୍ଟନାୟକ, ମଧୁ ରେଢୀ, ଅଜୟ ସାହୁ, ଧବଳ ବେହେରା, ବୁଢୁ ପାଢୀ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା