ଝାଡଖଣ୍ଡରେ ଜାତୀୟ ଜଳରଙ୍ଗ କର୍ମଶାଳା : ଓଡିଶାରୁ ଯୋଗ ଦେଲେ ମୁକ୍ତିପଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜାତୀୟ ସ୍ତରରେ ବିଭିନ୍ନ ଶାସ୍ତ୍ରୀୟ ଓ କଳାଭାସ୍କର୍ଯ୍ୟରେ ଅଭିଜ୍ଞତା ଥିବା ବ୍ୟକ୍ତି ବିଶେଷଙ୍କୁ ନେଇ କର୍ମଶାଳା ଓ ପ୍ରତ୍ସାହନ ଯୋଗାଇ ଦିଆଯାଇ ଆସୁଛି । ଗତ ୪ ତାରିଖରୁ ୬ତାରିଖ ଝାଡ ଖଣ୍ଡ ରାଜ୍ୟର ଗାଲୁଡିହ ଠାରେ ୱାଟର ଆର୍ଟ ପାଉଣ୍ଡେସନ ଆୟୋଜନରେ ଏକ ଜାତୀୟ ସ୍ତରର ଜଳ ରଂଗ କର୍ମଶାଳା ଆୟୋଜିତ ହୋଇଛି । ଏଥିରେ ପେଣ୍ଟନ ଇନ୍ ନେଚରର୍ସରେ ଦେଶର ବରିଷ୍ଠ ଜଳରଂଗ ଶିଳ୍ପୀ ଅମିତ୍ କାପୁର, ପ୍ରଭିନ୍ କର୍ମକାର ଓ ସଂଜୟ ଦେଶାଇଙ୍କ ସହିତ ମୋଟ ୬୦ଜଣ ଶିଳ୍ପୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଏଥିରେ ଓଡିଶାରୁ ଏକମାତ୍ର ଶିଳ୍ପୀ ମୁକ୍ତିପଦ ନନ୍ଦୀ ଯୋଗ ଦେଇ ବିଭିନ୍ନ କର୍ମଶାଳାରେ କୃତିତ୍ୱ ଅର୍ଜନ କରିଛନ୍ତି । ୱାଟର ଆର୍ଟ ଫାଉଣ୍ଡେସନର ସଂପାଦକ ତପନ ରୟ ଏଥିରେ ସୂଚନା ଦେବାକୁ ଯାଇ ଝାଡଖଣ୍ଡ ରାଜ୍ୟର ପ୍ରାକୃତିକ ପରିବେଶକୁ ଚିତ୍ରଶିଳ୍ପୀମାନେ ରଂଗ ଓ ତୂଳୀରେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିବା ସଂପର୍କରେ କହିଛନ୍ତି । ଦିଲ୍ଲୀ, ବାଙ୍ଗାଲୋର, କଲକତା, ରାଂଚି, ମହାରାଷ୍ଟ୍ର, ପୁନେ, ଆସାମରୁ ଶିଳ୍ପୀମାନେ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲା ଅନ୍ତର୍ଗତ ଜଳେଶ୍ୱରର ମୁକ୍ତିପଦ ନନ୍ଦୀ ଓଡିଶାରୁ ଏକମାତ୍ର ଶିଳ୍ପୀଭାବେ ଯୋଗ ଦେଇ ପୁରସ୍କୃତ ଓ ଚର୍ଚ୍ଚିତ ହେବା ସଂଗେ ସଂଗେ ଓଡିଶାକୁ ଗର୍ବିତ କରାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା