ଜ୍ୟୋତିଜଙ୍ଗମ ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ଧର୍ମଘଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ଉପାନ୍ତ ଜଳେଶ୍ୱର ବ୍ଲକରେ ଥିବା ନାମ୍ପୋ ପଞ୍ଚାୟତର ଜ୍ୟୋତିଜଙ୍ଗମ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତାକୁ ନେଇ ଚାଷୀମାନେ ଧର୍ମଘଟରେ ବସିଛନ୍ତି । ସରକାର ୧୦ ତାରିଖରୁ ଧାନ କିଣିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସେବା ସମବାୟ ସମିତିରେ ୧୭ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା । ଗତ ୧୫ ଓ ୧୭ ତାରିଖରେ ଟୋକନ୍ ପାଇଥିବା ଚାଷୀମାନେ ପ୍ରାୟ ୨୦୦୦ କ୍ୟୁଣ୍ଟାଲ ଧାନ ଆଣି ମଣ୍ଡିରେ ରଖିଥିବା ବେଳେ ଧାନ ମପାଯାଉନଥିବା ଅଭିଯୋଗ ହୋଇଛି । ଏପରିକି କେତେକ ଚାଷୀଙ୍କର ଟୋକନ୍ ଲେପ୍‌ସ୍ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ରବିବାର ମଧ୍ୟାହ୍ନରେ ବହୁ ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ଏ ସମ୍ପର୍କରେ ଜିଲାପାଳ, ଡିଆର୍‌ସିଏସ୍‌, ସିଏସ୍‌ଓ, ତହସିଲଦାର, ନାମ୍ପୋ ଫାଣ୍ଡି ଓ ସେକ୍ରେଟେରୀଙ୍କୁ ଦାବିପଦ୍ର ଦେବା ସହିତ ସେମାନଙ୍କର ଧାନ କ୍ରୟ ନ ହେଲେ ଆସନ୍ତା ଦିନରେ ଗଣଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଧର୍ମଘଟରେ ବିଜୟ କୁମାର ପାତ୍ର, ଅଜୟ କୁମାର ଦେ, ଯୋଗେନ୍ଦ୍ର ଜେନା, ଜଗନ୍ନାଥ ପ୍ରଧାନ, ସଂଜୟ ଦେ, ଜୟନ୍ତ ରଣା, ଘନଶ୍ୟାମ ରଣାଙ୍କ ସହିତ ବହୁ ଚାଷୀ ଏଥିରେ ସାମିଲ ହୋଇଥିଲେ ।