ଜୀବନ ଜିଇଁବା ପାଇଁ ସାହାରା ଖୋଜୁଛି ୧୨ ବର୍ଷର ଝିଅ ଜ୍ୟୋତି…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ମହାମାରୀ କୋରନା କେତେବେଳେ ବାପା ଓ ମା’ଙ୍କ ଠୁ ଛଡ଼ାଇ ନେଉଛି ପିଲାଙ୍କୁ ତ ଆଉ କେତେବେଳେ ପିଲାଙ୍କ ଠୁ ନେଇ ଯାଉଛି ବାପା ମାଙ୍କୁ, କେତେ ବାପା ମା ସର୍ବହରା ହେଇଛନ୍ତି ଆଉ କେତେ ପିଲା ଅନାଥ ହେଇଛନ୍ତି ତାହାର ହିସାବ ନାହିଁ ଏମିତି ଏକ କହଭରା ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ର ନୟାବାଲି ଗ୍ରାମରେ । ଜନ୍ମ ହେବା ଆଗରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯାଇଥିଲେ ବାପା, ବାପା ଛେଉଣ୍ଡ ଝିଅଟି ମା କୂଳରେ ବାପା ମା ସ୍ନେହ ଶ୍ରଦ୍ଧା ପାଇଁ ବଢ଼ି ଆସିଥିଲା । ଭାଗ୍ୟର ଏମିତି  ହାତ ଲେଖା ଥିଲା ଯେ, ମହାମାରୀ କୋରନାରେ ଝିଅ ଠୁ ଅଲଗା କରିଦେଲା ମା’କୁ । ଏବେ ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀ ଜୀବନ ଜିଇଁବା ପାଇଁ ଖୋଜୁଛି ସାହାରା, ନା କେହି ଆଃହା ପଦେ କହିବାକୁ ଅଛି ନା କେହି ସାହା ହେବାକୁ ଅଛି, ମା ଫଟୋକୁ ଧରି ସବୁବେଳେ ଲୁହର ଧାର ଝରାଉଛି । ଏବେ ଝିଅର ବୁଝା ସୁଝା କରୁଛି ୭୦ ବର୍ଷର ବୃଦ୍ଧା ଆଇ । କେମିତି ପାଠ ପଢିବ କେମିତି ନିଜର ଭବିଷ୍ୟତ ଗଡିବ ତାକୁ ନେଇ ଚିନ୍ତାରେ ବୃଦ୍ଧା ଆଇ । କିନ୍ତୁ ଝିଅ ଜ୍ୟୋତି ମୋ ମା ମୋତେ ଶିକ୍ଷୟତ୍ରୀ କରିବ ବୋଲି କହିଥିଲା କିନ୍ତୁ ମୋ ମା ଆଉ ଫେରିବନି ମୁଁ କେମିତି ବଞ୍ଚିବି ବୋଲି କହୁଛି ଜ୍ୟୋତିଶ୍ରୀ । ରେବତୀ ଜଣେ ଅଙ୍ଗନବାଡ଼ି ସହାୟିକା ନୟାବାଲି ଅଙ୍ଗନବାଡି କେନ୍ଦ୍ର-୨ ରେ କାର୍ଯ୍ୟରତ ଥିଲେ ମହାମାରୀ କୋରନାରେ ନିଜର କର୍ତ୍ତବ୍ୟରେ ହେଳା ନ କରି ସରକାରଙ୍କ ସମସ୍ତ ଦାୟିତ୍ୱ ଲିଭାଉଥିଲେ । ହେଲେ ଶେଷରେ ନିଜେ ଲିଭିଗଲେ, ୧୨ ବର୍ଷ ପୂର୍ବରୁ ସ୍ୱାମୀ ତାଙ୍କୁ ଏକ କରି ଚାଲି ଯାଇଥିଲେ ଆଉ ପେଟରେ ଥିବା ପିଲାକୁ ଧରି କଷ୍ଟେ ମଷ୍ଟେ ଚଳି ଆସୁଥିଲେ । ପରିବାର ଗୁଜୁରାଣ ମେଣ୍ଟାଇବା ତାଙ୍କ ପାଇଁ ଭାରୀ ପଡୁଥିଲା ପରେ ୨୦୧୮ ମସିହାରେ ଅଙ୍ଗନବାଡ଼ି ନାୟବାଲି -୨ରେ ଚାକିରି ଟିଏ  କରିଥିଲେ ସହାୟିକା ଭାବେ । ଏବେ ପିଲାର ଭବିଷ୍ୟତ ପାଇଁ ସ୍ଥାନୀୟ ଲୋକେ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଏବଂ ରେବତୀର ଶୁଦ୍ଧିକ୍ରିୟା ପାଇଁ ସ୍ଥାନୀୟ ପ୍ରଶାସନ ଯୋଗାଇ ଦେବା ସହ ଜ୍ୟୋତିଙ୍କୁ ତାର ପାଠ ପଢାଇବା ବିଷୟରେ ଅନୁରୋଧ କରିଛନ୍ତି ଗ୍ରାମବାସୀ । ତେବେ ସରକାର ଯଦି ଝିଅର ରହିବା ପାଠ ପଡ଼ିବା କଥା ବୁଝିବେ ତା ହେଲେ ଝିଅଟିଏ ନିଜ ଭବିଷ୍ୟତ ପୁଣି ହସି ଉଠିବ । ତେବେ ଦେଖିବାକୁ ବାକି ରହିଲା ସରକାର ଜ୍ୟୋତିଶ୍ରୀ ପ୍ରତି କେତେ ସହାୟକ ହେଉଛନ୍ତି ।