ଜିଲ୍ଲା ସ୍ତରୀୟ ୮୬ ତମ ଓଡିଶା ଦିବସ ପାଳିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ୮୬ ତମ ଓଡିଶା ଦିବସ ଜିଲା ପ୍ରଶାସନ ଓ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ବନ୍ଦେ ଉତ୍କଳ ଗାନ କରାଯାଇଥିଲା । ଏହାସହ ପ୍ରବାଦ ପୁରୁଷ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଛତ୍ରପୁର ସ୍ଥିତ ପବ୍ଲିକ ସ୍କୁଲ ପରିସରରେ ଏହି ଦିବସ ପାଳନ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ସ୍ୱତନ୍ତ୍ର ଓଡିଶା ଗଠନରେ ଓଡିଶାର ବୀରପୁତ୍ରଙ୍କ ମଧ୍ୟରେ ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଉତ୍କଳ ଗୈାରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗଙ୍ଗାଧର ମେହର, ଶଶୀଭୂଷଣ ରଥ ପ୍ରମୂଖ ଉଦ୍ୟମ ଯୋଗୁ ୧୯୩୬ ମସିହା ଅପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ବୋଲି ମତପୋଷଣ କରିଥିଲେ । ମୂଖ୍ୟବକ୍ତା ଭାବେ ଉପସଚ୍ଚିବ, ଉଚ୍ଚମାଧ୍ୟମିକ ପରିଷଦ, ଦକ୍ଷିଣାଞ୍ଚଳ ଡ.କୁଳମଣୀ ଓଝା ଯୋଗଦେଇ ଏହି ଦିବସର ତାପର୍ଯ୍ୟ ଉପରେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଅତିରିକ୍ତ ଜିଲାପାଳ ଅମୀୟ କୁମାର ସାହୁ, ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ମଞ୍ଚାସିନ ରହିଥିଲେ । ଶେଷରେ ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲା ସୂଚନା ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।