ଜିଲ୍ଲା ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ …

ଗୋପାଳପୁର (ସମୃଦ୍ଧ ଓଡିଶା)ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ଜିଲ୍ଲା ସଭାପତି ଡ଼ାଃ. ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ଗୋପାଳପୁର ବେଳାଭୂମିରେ ଆୟୋଜିତ “ଗଞ୍ଜାମ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ପ୍ରସ୍ତାବ ଗୁଡ଼ିକ ସମର୍ଥିତ ହୋଇ ପାରିତ ହୋଇଥିଲା। ସାଙ୍ଗଠନିକ ପ୍ରସ୍ତାବ ରେ ଦଳକୁ ତୃଣମୂଳ ସ୍ତ୍ରରରେ ସୁଦୃଢ଼ କରିବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ପୁଣିଥରେ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ନିର୍ବାଚିତ କରିବା, ବିକାଶ ରେ ରାଜ୍ୟକୁ ଏକ ନମ୍ବର କରିବା, ସୋସିଆଲ ମିଡିଆ ମାଧ୍ୟମରେ ଯୁବ, ଛାତ୍ର, ମହିଳା ସଂଗଠନକୁ ସୁଦୃଢ କରିବା, ଘରେ, ଘରେ ଶଙ୍ଖ ହାଉସ ତ୍ୟାଗିଙ୍ଗ କାର୍ଯ୍ୟରେ ବୁଥ ସ୍ତରରେ ସୁଦୃଢ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା ।ଏଥିସହିତ ରାଜନୈତିକ ପ୍ରସ୍ତାବ ସହିତ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା।ଏହି ଅବସରରେ ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଯୋଗଦେଇ ତୃଣମୂଳ ସ୍ତରରେ ସମସ୍ତେ ସଙ୍ଘଠିତ ହୋଇ କାମ କରିବାକୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।। ରାଜ୍ୟ ବିଜେଡ଼ି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ସମସ୍ତ କର୍ମୀ ଙ୍କୁ ସରକାର ଙ୍କ ବିକାଶ ଗଞ୍ଜାମ ଜିଲ୍ଲାରୁ ସାରା ରାଜ୍ୟ ପାଇଁ ମଡେଲ ସାଜିଛି ବୋଲ କହିଥିଲେ।ତେଣୁ ସମସ୍ତେ ନବୀନ ସରକାରଙ୍କ ଆଗାମୀ ନିର୍ବାଚନ ବିପୁଳ ପରିମାଣରେ ଜିତାଇବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରୋଡ ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁଭାଷ ବେହେରା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ସଭ୍ୟ, ସଭ୍ୟା, ବହୁ ବିଜେଡି ରାଜ୍ୟସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପଦାଧିକାରୀ, ସର୍ବବର୍ଗୀୟ ନେତୃବୃନ୍ଦ, କର୍ମୀ ଏବଂ ନିର୍ବାହୀ ସଦସ୍ୟ ମାନଙ୍କ କାର୍ଯ୍ୟକାରିଣୀ ବୈଠକ ସମାଗମର ହୋଇଥିଲା।

ରିପୋର୍ଟି: ନିମାଇ ଚରଣ ପଣ୍ଡା