ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ’ସୁରଭି’ଉଦଯାପିତ:କରାତଳୀ ୟୁପିସ୍କୁଲ ରାଜ୍ୟ ପ୍ରତିଯୋଗିତାକୁ ମନୋନୀତ…

ଛତ୍ରପୁର (ସମୃଦ୍ଧ ଓଡିଶା)ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଛତ୍ରପୁର ଆନ.ସ୍ଲୋ ଶିକ୍ଷା ଅନୁଷ୍ଠାନରେ ଆଜି ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଦ୍ୱାରା ଉଦଘାଟିତ ଏହି ସୁରଭି କାର୍ଯ୍ୟକ୍ରମରେ ଜିଲ୍ଲାର ୨୨ଟି ବ୍ଲକରୁ ବିଭିନ୍ନ ବିଭାଗ ନିମନ୍ତେ ଆସିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ, ମୋ ସ୍କୁଲ ବାଲୁକା ଶିଳ୍ପ କଳା ମହୋତ୍ସବକୁ ଆହୁରି ସୁନ୍ଦର କରିଥିଲା ।ଏଥିରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ତଥା ଛତ୍ରପୁର ଉପଜିଲ୍ଲାପାଳ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛତ୍ରପୁର ଆନ.ସ୍ଲୋ ହାଇସ୍କୁଲର ସମସ୍ତ କର୍ମଚାରି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ଅଧିକରୀମାନେ ଉପସ୍ଥିତ ରହି ସଂଯୋଜନା କରିଥିଲେ । ଅପରାହ୍ନରେ ଜିଲ୍ଲାପ୍ରକଳ୍ପ ସଂଯୋଜକଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ଜିଲ୍ଲାଶିକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ବିଭିନ୍ନ ବିଭାଗର ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ । ବିତର୍କରେ ବରିଷ୍ଠ ବିଭାଗର ଅପର୍ଣ୍ଣା ପ୍ରଧାନ, ପ୍ରବନ୍ଧ ଲିଖନରେ ବରିଷ୍ଠବିଭାଗର ଶ୍ଵେତା ସ୍ଵାଗତିକ ଦେବୀ, ଚିତ୍ରାଙ୍କନରେ ବରିଷ୍ଠ ବିଭାଗର ୟୁ ଆଦର୍ଶ କୁମାର, କନିଷ୍ଠ ବିଭାଗରେ ସୁତପା ମହାପାତ୍ର, ଦିବ୍ୟାଙ୍ଗ ବିଭାଗରେ ସୁରଜ କୁମାର ମହାରଣା, କୁଇଜ ବରିଷ୍ଠ ବିଭଗରେ ପ୍ରଭାତି ବେହେରା, କନିଷ୍ଠ ବିଭାଗରେ ରାଜଶ୍ରୀ ଦାଶ, ସୃଜନଶିଳ ଲିଖନ ବରିଷ୍ଠ ବିଭାଗରେ ସୁଚସ୍ମିତା ପାଣିଗ୍ରାହୀ, କନିଷ୍ଠ ବିଭାଗରେ ଫଲଗୁଣି ରାଉଳ, ବକୃତା ବରିଷ୍ଠ ବିଭାଗରେ ବିକ୍ରମ ବେହେରା ଓ କନିଷ୍ଠ ବିଭାଗରେ ସ୍ୱସ୍ତିକ ତ୍ରିପାଠୀ, ସଂଗୀତ ବରିଷ୍ଠ ବିଭାଗରେ ଜି ସନ୍ତୋଷ ଦୋରା, କନିଷ୍ଠ ବିଭାଗରେ ଆଶୁତୋଷ ରଥ, ଦିବ୍ୟାଙ୍ଗ ବିଭାଗରେ ଶିବାନୀ ମଲ୍ଲିକ, ସ୍ମୃତିଲିଖନ କନିଷ୍ଠ ବିଭାଗରେ ଜସ୍ମିନ ଗୌଡ଼, ମଧ୍ୟାହ୍ନ ଭୋଜନ ଚିତ୍ରକଳାରେ ଆଲୋକ ମାଝୀ, ଶିଳ୍ପକଳାରେ ଚନ୍ଦନ ସ୍ୱାଇଁ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ କରାତଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହେତୁ ସେମାନଙ୍କୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା