ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଦ୍ୱାରା ଆଜି ଜିଲ୍ଲାସ୍ତରୀୟ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ହୋଇଯାଇଛି । ଜିଲ୍ଲାର ସମସ୍ତ ଭୋଟର ଗ୍ରହଣ କେନ୍ଦ୍ର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶିତ ହୋଇଅଛି । ଚଳିତ ଭୋଟର ତାଲିକାରେ ଜିଲ୍ଲାର ସମୁଦାୟ ଭୋଟରଙ୍କ ବିବରଣୀ ସୂଚନା ପ୍ରଦାନ କରାଯାଇଛି । ୧୩୬-ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୧ହଜାର ୫୯୪ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୮ହଜାର ୦୫୩ ରହିଛନ୍ତି । ଏପରି ମୋହନା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୯ହଜାର ୬୪୭ ରହିଛନ୍ତି । ସେହିପରି ୧୩୭-ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୦୩ହଜାର ୩୫୭ ପୁରୁଷ ଭୋଟର ରହିଥିବା ବେଳେ ୧ଲକ୍ଷ ୦୬ହଜାର ୫୮୪ ମହିଳା ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ସନୁଦାୟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୦୯ହଜାର ୯୪୦ ଭୋଟର ରହିଛନ୍ତି । ଏପରି ଭାବେ ଜିଲ୍ଲାର ଦୁଇଗୋଟି ବିଧାନ ସଭା ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୧୪ହଜାର ୯୫୦ ପୁରୁଷ ଭୋଟର ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୨୪ ହଜାର ୬୩୭ ରହିଛନ୍ତି । ସମଗ୍ର ଜିଲ୍ଲାରେ ମହିଳା ଓ ପୁରୁଷ ଭୋଟରଙ୍କ ସଂଖ୍ୟା ମିଶାଇଲେ ୪ଲକ୍ଷ ୩୯ ୫୮୭ଭୋଟର ରହିଥିବାର ସୂଚନା ପ୍ରଦାନ କରାଯାଇଛି । ଚୁଡାନ୍ତ ଭୋଟର ତାଲିକାରେ ୨୦୨୨ରେ ମୋଟ ୧୧ହଜାର ୨୬୯ ଜଣ ନୂତନ ଭାବେ ନାମ ପଞ୍ଜିକୃତ କରିଥିଲେ । ଏତଦ୍ ମଧ୍ୟରୁ ଯୁବ ବର୍ଗର ଭୋଟର ୪ହଜାର ୯୯୬ଜଣଙ୍କ (୧୮-୧୯ବୟସର) ନାମ ପଞ୍ଜିକୃତ ହୋଇଛି । ସେହିଭଳି ଚୁଡାନ୍ତ ଭୋଟର ତାଲିକା-୨୦୨୨ରେ ଯୋଗ, ବାଦ, ସଂଶୋଧନ ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ୨୨ହଜାର ୨୯୦ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା । ଏତଦ୍ ମଧ୍ୟରୁ ଅନ୍‌ଲାଇନ ଆବେଦନରେ ୧୪ହଜାର ୧୨୭ ଫର୍ମ ଏବଂ ଅଫ୍‌ଲାଇନ୍ ଆବେଦନରେ ୮ ହଜାର ୧୬୩ ଫର୍ମ ଗ୍ରହଣ କରାଯାଇଥିଲା । ସେହିଭଳି ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା ନୂତନ ଭାବେ ୧୧ହଜାର ୨୬୯ ଭୋଟରଙ୍କ ସଂଖ୍ୟା ବଢିଥିବା ବେଳେ ୩ହଜାର ୧୬୩ ଜଣ ବାଦ ପଡିଥିବାବେଳେ ୬ହଜାର ୯୮୦ ଭୋଟର ସଂଶୋଧନ କରିଛନ୍ତି । ସେହିଭଳି ୨୧୭ଜଣ ଭୋଟର ସ୍ଥାନାନ୍ତର କରାଯାଇଥିବାର ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାରେ ବର୍ତ୍ତମାନ ମହିଳା ଓ ପୁରୁଷଙ୍କ ଆନୁପାତିକ ହାର ୧ଜାରରେ ୧୦୪୨ ମହିଳା ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ଯଥା ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ବାମପନ୍ଥୀ ନେତା ଜେନା ସୁବାଶ ଚନ୍ଦ୍ର ରାଓ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ତହସିଲଦାର ତଥା ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା