ଜିଲ୍ଲାର ଲୋକପ୍ରିୟ ଡାକ୍ତରଙ୍କ ୫୯ ବର୍ଷ ବୟସରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ…

ବ୍ରହ୍ମପୁର :ଦକ୍ଷିଣ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାର ଲୋକପ୍ରିୟ ଡାକ୍ତର ବୀରେନ ନାୟକ ଙ୍କ ୫୯ ବର୍ଷ ବୟସ ରେ ହାଇଦ୍ରାବାଦ ଠାରେ ଅକାଳ ବିୟୋଗ ଘଟିଛି। ଡାକ୍ତର ନାୟକ ଙ୍କ ଜନ୍ମ ସ୍ଥାନ ବ୍ରହ୍ମପୁର ସହର ର ଆଙ୍କୋଲି ଗ୍ରାମରେ। ପିଲାବେଳୁ ଖୁବ୍ ମେଧାବି ଛାତ୍ର ଭାବେ ପରିଚିତ ଥିଲେ। ସେ ନିଜର ମାଧ୍ୟମିକ ଶିକ୍ଷା ମେଡିକାଲ କେମ୍ପସ ହାଇସ୍କୁଲ ରେ ସମାପ୍ତ କରି ଖଲିକୋଟ ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଶ୍ରେଣୀ ରେ ସଫଳତା ହାସଲ କରି ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ରୁ ଡାକ୍ତରୀ ଶିକ୍ଷା ଲାଭ କରି ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ର ବିଭିନ୍ନ ମେଡିକାଲ ରେ ଡାକ୍ତର ଭାବରେ ଖୁବ୍ ଖ୍ୟାତି ଅର୍ଜ୍ଜନ କରିଥିଲେ। ସେ ଗରିବ ନିଃସହାୟ ର ବନ୍ଧୁ ଡାକ୍ତର ଭାବେ ପରିଚିତ ଥିଲେ। ସେ ସର୍ଜରୀ ଡାକ୍ତର ଭାବେ ସୁନାମ ଅର୍ଜ୍ଜନ କରିଥିଲେ। ସେ ରାୟଗଡ଼ା ଠାରେ ଏଡିମ ଭାବେ କାର୍ଯ୍ୟରତ ଥିଲେ। ତାଙ୍କର ଗୋଟିଏ ପୁଅ ଝିଅ ଅଛନ୍ତି। ତାଙ୍କର ମୃତ୍ୟୁ ଶଯ୍ୟା ନିକଟ ରେ ତାଙ୍କର ସ୍ତ୍ରୀ ମିନର୍ଭା ନାୟକ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ରେ ବ୍ରହ୍ମପୁର ସହର ତଥା ସାରା ଦକ୍ଷିଣ ଓଡ଼ିଶା ରେ ଶୋକ ର ଛାୟା ଖେଳି ଯାଇଛି। ସେ ବ୍ରହ୍ମପୁର ସହର ର ଖୋଡାସିଂ, ବାସୁଦେବ ନଗର ବାସଭବନ ରେ ରହୁଥିଲେ। ତାଙ୍କର ମୃତ୍ୟୁ ରେ ବାସୁଦେବ ନଗର ଉନ୍ନୟନ ପରିଷଦ ତରଫରୁ ସଭାପତି ଶ୍ରୀ ସତ୍ୟ ନାରାୟନ ମିଶ୍ର ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀ , ଡାକ୍ତର ଭବାନୀ ଶଙ୍କର ଆଚାର୍ଯ୍ୟ, ଶ୍ରୀ ନାଥୁରାମ ସାହାଣୀ, ଉମାକାନ୍ତ ଚୌଧୁରୀ, ଅଖିଳ ନାଥ ସାବତ,ବିଘ୍ନରାଜ ପଣ୍ଡା, ପ୍ରଦୀପ କୁମାର ସାହୁ, ରମାକାନ୍ତ ମିଶ୍ର, ଡି, ଶ୍ରୀ ରାମୁଲୁ, ପ୍ରଦୀପ କୁମାର ଦାସ, ଲକ୍ଷ୍ମୀକାନ୍ତ ମିଶ୍ର, ସୁଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ର କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ବିଶ୍ଵନାଥ ଜେନା, ସୁଧାଂଶୁ ଶେଖର ଗନ୍ତାୟତ, ରମେଶ ଚନ୍ଦ୍ର ପାତ୍ର, ଜୟ ଜଗଦୀଶ ପାଢ଼ୀ, ବାଳକୃଷ୍ଣ ଦାସ, ଦେବରାଜ ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମଣି ଚରଣ ପଣ୍ଡା