ଜିଲ୍ଲାପାଳଙ୍କ ପ୍ରେସମିଟ:ମାସ୍କ ନ ପିନ୍ଧିଲେ ଗଣିବେ ହଜାରେ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଲଗ ଡାଉନ ଚାଲିଥିବା ବେଳେ ଦେଶରେ ଦିନକୁ ଦିନ କରୋନା ସଂକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହାଫଳରେ ରାଜ୍ୟ ପ୍ରଶାସନ, ପୋଲିସ ଭିନ୍ନ ଭିନ୍ନ ପଦକ୍ଷେପ ନେଉଥିବା ବେଳେ କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଡା ପଦକ୍ଷେପ ନିଆଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ ଗତକାଲି ଏକ ପ୍ରେସ ମିଟରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ମାସ୍କ ନ ପିନ୍ଧିବେ ତାଙ୍କୁ ଜୋରିମାନା ଦେବାକୁ ପଡିବ । ସହରାଞ୍ଚଳରେ ମାସ୍କ ନ ପିନ୍ଧିଲେ ୧୦୦୦ ଟଙ୍କା ଜୋରିମାନା ଏବଂ ଗ୍ରାମାଞ୍ଚଳରେ ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜୋରିମାନା ଦେବାକୁ ପଡିବ । ଯେଉଁମାନଙ୍କ ପାଖରେ ମାସ୍କ ନ ଥିବ, ସେମାନେ ମୁହଁରେ କପଡା ଅଥବା ରୁମାଲ୍ ବାନ୍ଧି ପାରିବେ । ନିର୍ଦ୍ଧାରିତ ସମୟ ସୀମାରେ ଯେଉଁ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଖୋଲା ରହୁଛି ସେ ଦୋକାନୀ ମାସ୍କ, ହେଣ୍ଡ ଗ୍ଳୋବ୍ସ ବ୍ୟବହାର କରୁ ନ ଥିଲେ ଏବଂ ଗ୍ରାହକମାନଙ୍କୁ ଦୂରତା ରକ୍ଷା କରି କିଣାବିକା କରିବାକୁ ନ କହିଲେ ଦୋକାନୀଙ୍କ ବିରୋଦ୍ଧରେ ଏଫ.ଆଇ.ଆର କରାଯିବ । ଏହା ବ୍ୟତୀତ ୨୧୯ କରୋନା ଟେଷ୍ଟ କରାଯାଇଥିବା ବେଳେ ସମସ୍ତଙ୍କର ରେଜଲ୍ଟ ନେଗେଟିଭ ଏ ଆସିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଏସପି ପିନାକ ମିଶ୍ର ଏବଂ ବିଇଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା