ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୀର୍ଘ ଦିନ ଧରି ଭତ୍ତାରୁ ବଞ୍ଚିତ ଥିବା ହିତାଧିକାରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଧରାକୋଟ ବ୍ଲକ ବଅଣ୍ଡାପଲ୍ଲୀ ପଞ୍ଚାୟତ ହରିପୁର ଗ୍ରାମର ପ୍ରାୟ ୧୫ରୁ ଅଧିକ ହିତାଧିକାରୀ ଦୀର୍ଘ ବର୍ଷ ଧରି ବିଧବା ଭତ୍ତାରୁ ବଞ୍ଚିତ ଥିବା ନେଇ ସୋମବାର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ବଅଣ୍ଡାପଲ୍ଲୀ ପଞ୍ଚାୟତ ସରପଞ୍ଚ ଓ ଧରାକୋଟ ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଶେଷରେ ନିରାଶ ହୋଇ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଠାରେ ଗୁହାରି ଜଣାଇବାକୁ ଆସିଥିଲେ ବୋଲି ସୂଚନା ମିଳିଛି । କିନ୍ତୁ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତ କାରଣ ଯୋଗୁଁ ପଙ୍କଜ ସ୍ୱାଇଁ, ନମିତା ଜେନା, ଉର୍ମିଳା ପଲାଇ, ରଂଜିତା ସ୍ୱାଇଁ, ଶଶି ସ୍ୱାଇଁ, ମଞ୍ଜୁଳା ସ୍ୱାଇଁ, ବୁଲି ସ୍ୱାଇଁଙ୍କ ସମେତ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ହିତାଧିକାରୀ ଗ୍ରୀଭେନ୍ସ ପ୍ରକୋଷ୍ଠରେ ସେମାନଙ୍କ ଦରଖାସ୍ତ ପତ୍ର ପ୍ରଦାନ କରି ଫେରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା