ଜିଲୁଣ୍ଡି ବାପୁଜି ଯୁବକ ସଂଘ ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ ପାଳନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଜିଲୁଣ୍ଡି ଗ୍ରାମର ବାପୁଜି ଯୁବକ ସଂଘ ପକ୍ଷରୁ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବାପୁଜି ଯୁବକ ସଂଘର ସଭାପତି ପବିତ୍ର ପ୍ରଧାନ, ସେକ୍ରେଟେରୀ ଶୁଭମ ପ୍ରଧାନ, କ୍ୟାସିୟର ଆଶିଷ ନାୟକ, ଜଗନ୍ନାଥ ପ୍ରଧାନ ଓ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋଭିଡ଼-୧୯ ନିୟମ ପାଳନ ପୂର୍ବକ ଭାରତକୁ ଏକ ସାର୍ଵଭୋମ୍ୟ ଧର୍ମ ଓ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିଥିବା ରାଷ୍ଟ୍ରୀୟ ନାୟକ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଜାତୀୟ ଶଂହତି ରକ୍ଷା ନିମନ୍ତେ ସମସ୍ତ ସଦସ୍ୟ ସଂକଳ୍ପବଧ ହୋଇଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ