ଜିମ ମାଲିକଙ୍କୁ କ୍ଷତି ପୂରଣ ଦେବାକୁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମହାମାରୀକୁ ନେଇ ସରକାର ତାଲାବନ୍ଦ ଘୋଷଣା କରିଥିଲେ l ଏହି ନିୟମକୁ ସମସ୍ତେ ମାନିବାକୁ ବାଧ୍ୟ୍ୟ ହୋଇଥିଲେ l ଏହି ତାଲାବନ୍ଦ ଦ୍ୱାରା ସବୁ ବ୍ୟବସାୟ ଯେପରି ଠପ ହୋଇଯାଇଥିଲା l ଏହି ନିୟମକୁ ମାନି ଜିମ ଗୁଡିକ ମଧ୍ୟ୍ୟ ପାଖାପାଖି ୩ ମାସ କାଳ ବନ୍ଦ ରଖିଥିଲେ l ହେଲେ ଏବେ ରାଜ୍ୟ ସରକାର ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଜିମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l କିନ୍ତୁ ହୋଟେଲ, ମଲଗୁଡ଼ିକୁ ଖୋଲିବା ପାଇଁ ଅନୁମତି ଦେଇଛନ୍ତି l ଏହି ପାତ୍ର ଅନ୍ତର ନିତି ଯୋଗୁଁ ଜିମ କେନ୍ଦ୍ରର ମାଲିକମାନେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥୁବା ଯୋଗୁଁ ଗଞ୍ଜମ ଜିଲ୍ଲା ଜିମ ଓନରସ ଏସୋସିଏସନ (ଗଞ୍ଜାମ ଜିଲ୍ଲା ଜିମ ମାଲିକ ସଂଘ) ତରଫରୁ ଶୁକ୍ରବାର ପୂର୍ବାହ୍ନ ସମୟରେ ଗାନ୍ଧିନଗର ଛକ ଠାରେ ଶାନ୍ତି ପୂର୍ବକ ଆନ୍ଦୋଳନ କରାଯିବl ସହ ସରକାରଙ୍କ ପାଖରେ ଜିମ ମାଲିକ ମାନେ ଜିମ ମାଲିକମାନଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ l ଅନ୍ୟ ସଂସ୍ଥାକୁ ଯଦି ସରକାର ସହାୟତା ଦେଉଛନ୍ତି ଆମକୁ କାହିଁକି ଦେବେ ନାହିଁ ବୋଲି ଅଭିଯୋଗ କରିଥିଲେ l ଏହାସହ ଆମେ ଛୋଟ ଛୋଟ ସଂସ୍ଥା କରିଛୁ ଏଥିରୁ ଆମେ ନିଜେ ଚଳିବା ସହ କିଛି କର୍ମଚାରୀଙ୍କୁ ରୋଜଗାର ମଧ୍ୟ ଦେଉଛୁ l ଏବେ ସମସ୍ତ ଜୀବନ ଜୀବିକା ସଂକଟରେ ତାଙ୍କ ପାଇଁ ସରକାର କ’ଣ ସୁଭିଧା କରିଛନ୍ତି ? ଆମେ ତାଲା ବନ୍ଦ ନିୟମକୁ ବିରୋଧ କରୁନାହୁଁ l କିନ୍ତୁ ଆମକୁ କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଥିଲେ l ଯଦି ଦୀର୍ଘ ସମୟ ଧରି ଆମେ ଜିମ ନ ଖୋଲୁ ତେବେ ଲୋକଙ୍କ ଭିତରେ ଶାରୀରିକ ଦକ୍ଷତା ଏବଂ ନୂତନ କ୍ରୀଡାବିତ ମାନଙ୍କ ପାଇଁ ଶାରୀରିକ ଦକ୍ଷତା ଗଠନରେ କୁପ୍ରଭlବ ପଡିବ ବୋଲି କହିଥିଲେ l ଏଥିପାଇଁ ଗଞ୍ଜାମ ଜିଲ୍ଲା ଜିମ ମାଲିକ ସଂଘ ତରଫରୁ ସରକାରଙ୍କୁ ଗଣମାଧ୍ୟମ ଦ୍ୱାରା ଅବଗତ କରାଇବା ସହ ସରକାର ଏ ଦିଗରେ ବିଚାର କରି ଆମର ଏହି ଅନୁରୋଧ ରକ୍ଷା କରି ଆମ ଦାବୀକୁ ପୂରଣ କରନ୍ତୁ ବୋଲି କହିଥିଲେ l ଏଥିରେ ମନୋଜ କୁମାର ମହାନ୍ତି, ସୁଶାନ୍ତ କୁମାର ମାଦଳା, ରାହୁଲ ସାହୁ, ଅଜିତ ପାତ୍ର, ସନ୍ତୋଷ ମଣ୍ଡଳ, ଶେଖ ଅନୱର, ସୁକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା