ଜିକେ ଭଟ୍ଟର ହସ୍ପିଟାଲକୁ ଘରୋଇ ଆମ୍ବୁଲାନ୍ସ ମନା : ସାଧାରଣରେ ପ୍ରତିକ୍ରିୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜନସାଧାରଣଙ୍କୁ ଜରୁରୀ କାଳୀନ ସେବା ଯୋଗାଇବା ପାଇଁ ସରକାରୀ ଓ ଘରୋଇ ଆମ୍ଭୁଲାନ୍ସ ସେବା ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନା ମାନଙ୍କରେ ରହିଥାଏ । ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ମଧ୍ୟ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ଦୀର୍ଘବର୍ଷଧରି ସେବା ଯୋଗାଇ ଆସୁଥିଲା । ସରକାରୀ ଆମ୍ବୁଲାନ୍ସ ଯୋଗାଣ ପୂର୍ବରୁ ଲାୟନ୍ସ କ୍ଲବ, ରୋଟାରୀ କ୍ଲବ ପକ୍ଷରୁ ଏପରି ହସ୍ପିଟାଲ ଗୁଡିକରେ ସେବା ଯୋଗାଇ ଆସୁଥିଲେ । ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ୧୦୮, ୧୦୨ ଆମ୍ବୁଲାନ୍ସ ସେବା ପ୍ରଚଳନ କରାଯିବାପରେ ମଧ୍ୟ ଘରୋଇ ଘରୋଇ ଆମ୍ବୁଲାନ୍ସ ସେବାର ଆବଶ୍ୟକତା ରହିଥିଲା କାରଣ ସରକାରୀ ଆମ୍ବୁଲାନ୍ସ ସେବା ସମୁଦ୍ରକୁ ଶଂଖେ ପରି । ତେଣୁ ସବୁ ରୋଗୀଙ୍କୁ ସରକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ପାରୁନଥିବା ବେଳେ ଘରୋଇ ଆମ୍ବୁଲାନ୍ସ ଗୁଡିକ ତାହା କରିଆସୁଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନଂ ୨୬୭୭୩ ତା ୨୮-୧୦-୧୭ ରେ ଘରୋଇ ଆମ୍ବୁଲାନ୍ସ ଗୁଡିକ ସରକାରୀ ଡାକ୍ତରଖାନା ପରିସରରେ ରଖାନଯିବା ପାଇଁ ଦର୍ଶାଯାଇଥିଲା । ବାଲେଶ୍ୱର ସିଡିଏମଓଙ୍କ ଚିଠି ନଂ ୧୨୫୦୨ ତା ୮-୧୧-୧୭ରେ ଏପରି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଜିଲାର ସମସ୍ତ ସରକାରୀ ଡାକ୍ତରଖାନାକୁ ଜଣାଇ ଦିଆଯାଇଥିଲା । ସେହି ଅନୁଯାୟୀ ଜଳେଶ୍ୱର ଆର୍କେଏସ୍ ପରିଚାଳନା କମିଟିର ସିଦ୍ଧାନ୍ତ ଅନୁଯାୟୀ ଭଟ୍ଟର ହସ୍ପିଟାଲର ଭାରପ୍ରାପ୍ତ ଅଧିକାରୀ ଦିଲ୍ଲିପ କୁମାର ପାତ୍ର ଚିଠି ନଂ ୧୬୯ ତା ୧୭-୯-୨୦୧୯ ଅନୁଯାୟୀ ଘରୋଇ ଆମ୍ବୁଲାନ୍ସ ମାଲିକ ସୂର୍ଯ୍ୟନାରାୟଣ ପରିଡା, ଅଧିର କୁମାର ଚାନ୍ଦ, ଅନୀଲ କୁମାର ରାଉତ, ରାମଚନ୍ଦ୍ର ଦାସ ଓ ବରେନ୍ଦ୍ର ଜେନାଙ୍କୁ ସେମାନଙ୍କ ଆମ୍ବୁଲାନ୍ସ ହସ୍ପିଟାଲ ପରିସରରେ ନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଫଳରେ ସାଧାରଣରେ ବହୁ ଅସନ୍ତୋଷ ଦେଖା ଦେବା ସଂଗେ ସଂଗେ ବହୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆସନ୍ତା ଶୁକ୍ରବାର ଏ ସମସ୍ତ ଘରୋଇ ଆମ୍ବୁଲାନ୍ସ ଗୁଡିକ ହସ୍ପିଟାଲ ସମ୍ମୁଖରେ ରଖି ରାସ୍ତା ଅବରୋଧ କରିବେ ବୋଲି ଆମ୍ବୁଲାନ୍ସ ମାଲିକମାନେ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା