ଜାରି ହେଲା ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ରାଜ୍ୟ ସରକାର ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଚିଠି ଲେଖି ଜଣାଯାଇଛି । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ପତାକା ଉତ୍ତୋଳନ କରାଯିବ, କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ କରାଯିବ ନାହିଁ । ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶ ଗ୍ରହଣ କରିପାରିବେ ନାହିଁ । ସର୍ବାଧିକ ୫୦ରୁ ୭୫ ଜଣ ଅତିଥି ଭାଗ ନେଇ ପାରିବେ । ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବେ । କୋଭିଡ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାମାଜିକ ଦୂରତା ଭଳି ନିୟମ କଡାକଡି ପାଳନ କରାଯିବ ବୋଲି କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା