ଜାରି ହେଲା ଅନଲକ୍‌-୪ ଗାଇଡ୍‌ଲାଇନ୍‌…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍‌ଡାଉନ୍‌ କରିବାର ଅଧିକାର ଉଠାଇ ନିଆଯାଇଛି । ବର୍ତ୍ତମାନ କେନ୍ଦ୍ରର ବିନା ଅନୁମତିରେ ଲକ୍‌ଡାଉନ୍‌ କରିପାରିବେ ନାହିଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ କୌଣସି ପ୍ରକାର (ରାଜ୍ୟବ୍ୟାପୀ ଜିଲ୍ଲା, ସବ୍‌-ଡିଭିଜନ, ସହର ଓ ଗ୍ରାମିଣ ସ୍ତରରେ) ଲକ୍‌ଡାଉନ୍‌ ଲଗାଇ ପାରିବେ ନାହିଁ । ତେବେ ପରାମର୍ଶ ପରେ ଜିଲ୍ଲା ପ୍ରଶାସନ ଚାହିଁଲେ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ପୃଥକ୍ ପୃଥକ କରିପାରିବେ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି । ତବେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ କଟକଣା ଜାରି ରହିବ । କେବଳ ଅତ୍ୟାବଶକୀୟ କାର୍ଯ୍ୟକୁ ଅନୁମିତ ମିଳିବ । କଣ୍ଟେନ୍‌ମେଣ୍ଟ ଜୋନ୍‌ ସମ୍ବନ୍ଧିତ ସମସ୍ତ ସୂଚନା ଜିଲ୍ଲା କଲେକ୍ଟର ୱେବ୍‌ସାଇଟ୍‌ରେ ସୂଚନା ଦିଆଯିବ । ତେବେ ଅନ୍ତଃରାଜ୍ୟ ଓ ଆନ୍ତଃରାଜ୍ୟ ଚଳାଚଳ ପାଇଁ କୌଣସି କଟକଣା ନାହିଁ । ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଯିବା ପାଇଁ ସରକାରଙ୍କ ଠାରୁ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ । ସରକାର ଜାରି କରିଥିବା ସୂଚନା ଅନୁସାରେ କୋଭିଡ-୧୯ ନିୟନ୍ତ୍ର ପାଇଁ ଥିବା ନିର୍ଦ୍ଦେଶାବଳିକୁ ସାରା ଦେଶରେ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ଦୋକାନୀମାନେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାଇ ରଖିବା କାର୍ଯ୍ୟ କରିବେ । ଅନଲକ୍‌-୪ ଗାଇଡ୍‌ଲାଇନ୍‌ରେ ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋକୁ ଅନୁମତି ମିଳିଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ୧୦୦ ଲୋକ ଏକାଠି ହେବାକୁ ଅନୁମତି ମିଳିଛି ।