ପ୍ଲାଜମା ଦାୟିତ୍ୱରେ କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ : ବିକ୍ରମ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଦାୟିତ୍ୱ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ ଦାୟିତ୍ୱ ଦିଆଯାଇଛି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ଼, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡ଼ା; ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡ଼ା, ବୌଦ୍ଧ; ପ୍ରତାପ ଜେନାଙ୍କୁ ମୟୂରଭଂଜ, କଟକ ଦାୟିତ୍ୱ ଦିଆଯାଇଛି । ସେହିପରି ଅରୁଣ ସାହୁଙ୍କୁ ନୟାଗଡ଼, ଖୋର୍ଦ୍ଧା ସୁଦାମ ମାର୍ଣ୍ଡିଙ୍କୁ ସୋନପୁର, ସୁଶାନ୍ତ ସିଂଙ୍କୁ ବଲାଙ୍ଗିର, ସମ୍ବଲପୁର; ନବ ଦାସଙ୍କୁ କଳାହାଣ୍ଡି, ନୂଆପଡ଼ା; ଟୁକୁନି ସାହୁଙ୍କୁ ଦେବଗଡ଼, ସୁନ୍ଦରଗଡ଼; ଜଗନ୍ନାଥ ସାରକାଙ୍କୁ ଗଜପତି, କୋରାପୁଟ ଦାୟିତ୍ୱ ଦିଆଯାଇଛି । ସେହିପରି ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ଅଶୋକ ପଣ୍ଡାଙ୍କୁ ଅନୁଗୁଳ, ସମୀର ଦାଶଙ୍କୁ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର; ପଦ୍ମିନୀ ଦିଆନଙ୍କୁ ରାୟଗଡ଼ା, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା