ଜାଣନ୍ତୁ କମ ପାଣି ପିଇବା ଦ୍ଵାରା ଶରୀରରେ କେଉଁ ସମସ୍ୟା ଦେଖାଯାଏ…

(ସମୃଦ୍ଧ ଓଡିଶା) ସୁସ୍ଥ ଶରୀର ପାଇଁ ପାଣିର ଗୁରୁତ୍ଵପୂର୍ଣ ଭୂମିକା ରହିଛି । ଦୈନିକ ଅତି କମ୍‌ରେ ୮-୧୦ ଗ୍ଲାସ୍‌ ପାଣି ପିଇବା ଦରକାର । କମ ପାଣି ପିଇବା ଦ୍ଵାରା ଶରୀରରେ ଅନେକ ରୋଗ ଦେଖାଯାଇଥାଏ ।
ତେବେ ଜାଣିରଖନ୍ତୁ କମ ପାଣି ପିଇବା ଦ୍ଵାରା କେଉଁ ସମସ୍ୟା ହୋଇଥାଏ –
▪କମ୍‌ ପାଣି ପିଇଲେ ହୃତ୍‌ପିଣ୍ଡରୁ ମସ୍ତିଷ୍କକୁ ଅମ୍ଲଜାନ ପହଞ୍ଚାଇବା ପାଇଁ ଅଧିକ ପରିଶ୍ରମ ଲୋଡ଼ା ହୋଇଥାଏ । ଏମିତିରେ ହୃତ୍‌ପିଣ୍ଡର ବେଗ ଅଚାନକ ବଢ଼ିଯାଏ ।
▪କମ୍‌ ପାଣି ପିଇଲେ ମସ୍ତିଷ୍କକୁ ପୂର୍ଣ୍ଣ ଶକ୍ତି ମିଳି ନ ଥାଏ । ଏମିତି ସ୍ଥିତିରେ କାମ କରିବା ପାଇଁ ମସ୍ତିଷ୍କକୁ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିଥାଏ, ଯାହା ଫଳରେ କ୍ଳାନ୍ତି ବଢ଼ିପାରେ ।
▪ଶରୀରରେ ଠିକ୍‌ ପରିମାଣରେ ପାଣି ନ ଥିଲେ ଖାଦ୍ୟର ହଜମ ଠିକ୍‌ ଭାବେ ହୋଇପାରି ନ ଥାଏ । ଏହା ଅମ୍ଳଦୋଷ ସୃଷ୍ଟିକରେ ।
▪କମ୍‌ ପାଣି ପିଇଲେ ଆଖିର ଶୁଷ୍କତା ବଢ଼ିଥାଏ । ଏହା ଫଳରେ ଆଖି ପୋଡ଼ିବା ସହ ଦରଜ ହୋଇଥାଏ ।
▪ମସ୍ତିଷ୍କ ୭୦ ପ୍ରତିଶତରୁ ଅଧିକ ପାଣିରେ ତିଆରି ହୋଇଛି । କମ୍‌ ପାଣି ପିଇଲେ ଏହା ଠିକ୍‌ ଭାବେ କାମ କରିପାରେ ନାହିଁ, ଯାହା ଫଳରେ କୌଣସି ନିର୍ଦ୍ଧିଷ୍ଟ ବା ଗୋଟିଏ ଜିନିଷରେ ଧ୍ୟାନ ରହେ ନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା