ଜଳେଶ୍ୱର ହାଇସ୍କୁଲର ପୁରାତନ ଛାତ୍ର ସଂଘର ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଅନ୍ୟତମ ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୂର୍ବତନ ଛାତ୍ର ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରି ଅନୁଷ୍ଠାନର ଐତିହ୍ୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଡ. ଈଶ୍ୱର ଚନ୍ଦ୍ର ଜେନା, ପୂର୍ବତନ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ପ୍ରତୀପ ପ୍ରଧାନ, ଜଦିଲ୍ଲିପ ଗିରି, ଜିତାରାମ ଦେ, ରବିନ୍ଦ୍ର ସେନାପତି, ଗୋପାଳ ଠକ୍କର, ଅଶୋକ ଦାସ, ଜୟନ୍ତ ଦେ, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ବିରଞ୍ଚିନାରାୟଣ ଭୂୟାଁ, ସସ୍ମିତା ସେନ୍‌, ଜଗଦୀଶ ନନ୍ଦି, ସୁନୀଲ ଗିରି, ସୁନିଲ ନାୟକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଶୈକ୍ଷିକ ପରିବେଶ ସୃଷ୍ଟି, ମୋ ସ୍କୁଲ ଅଭିଯାନରେ ମିଳିଥିବା ଅର୍ଥର ସଦ୍‌ଉପଯୋଗ, ପୁରାତନ ଛାତ୍ରସଂଘର ନୂତନ ଗୃହ ନିର୍ମାଣ, ରାଜ୍ୟ ସରକାରଙ୍କ ମୁକ୍ତ ବିଦ୍ୟାଳୟର ପରୀକ୍ଷାର କେନ୍ଦ୍ର ପ୍ରତିଷ୍ଠା, ଖେଳ ପଡିଆର ଉନ୍ନତି ସଂପର୍କରେ ମତାମତ ରଖିଥିଲେ । ସ୍ୱର୍ଗତ ଶିକ୍ଷକ କାହ୍ନୁଚରଣ ଜେନାଙ୍କ ବିୟୋଗରେ ୧ ମିନିଟ୍ ନିରବ ପ୍ରାର୍ଥନା ହୋଇଥିବା ବେଳେ ନୂତନ ପ୍ରଧାନ ଶିକ୍ଷକ କଂଜବିହାରୀ ପ୍ରଧାନଙ୍କୁ ଅଭିନନ୍ଦନ ଓ ପୂର୍ବତନ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା ।