ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପଶିକ୍ଷା ନିର୍ଦ୍ଦେଶକ : ମୋ ସ୍କୁଲ ଅଭିଯାନର ସମୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ୫ଟି ମୋ ସ୍କୁଲ ଅଭିଯାନରେ ୨ଜଣ ଉପଶିକ୍ଷା ନିର୍ଦ୍ଦେଶକ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉପସ୍ଥିତ ରହି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଶ୍ରୀମତୀ ସସ୍ମିତା ମାଳି ଓ ତନ୍ମା ଦାସଙ୍କ ସହତି ଭୋଗରାଇ ଓ ଜଳେଶ୍ୱରର ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ଦାସ, ଜଳେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ପ୍ରଧାନ, ଅନ୍ୟଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତର ରହି ସମୀକ୍ଷା ବୈଠକରେ ଆଲୋଚନାରେ ଭାଗ ନେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଲକ୍ଷ କରି ଖାଲିଥିବା ପଦବୀ ଓ ୫ଟି ଯୋଜନାରେ ଅଧିକ ଅର୍ଥ ବରାଦ କରିବାକୁ ପୂର୍ବତନ ଛାତ୍ର ସଂଘ ଓ ବହୁ ଶୁଭେଚ୍ଛୁମାନେ ଅନୁରୋଧ କରିଥିଲେ ।

ରିପୋର୍ଟ : ଭୂପତି ପରିଡା