ଜଳେଶ୍ୱର-ରାଇବଣିଅ ମୁଖ୍ୟରାସ୍ତା ମରଣଯନ୍ତା : ପ୍ରତିକାର କେବେ ?

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଧିନରେ ରାଇବଣିଆ ରହିଥିବାରୁ ରାଇବଣିଆବାସୀ ଜଳେଶ୍ୱର ସହର ଉପରେ ନିର୍ଭରଣୀଳ । ପ୍ରତିଦିନ ରାଇବଣିଆ ଅଂଚଳର ୧୪ଟି ପଂଚାୟତରୁ ଲୋକେ ଜଳେଶ୍ୱର ଆସି ବିଭିନ୍ନ କାମସାରି ଘରକୁ ଫେରିଥାନ୍ତି । ରାଇବଣିଆରୁ ଜଳେଶ୍ୱର ଆସିବା ଲାଗି ଶାନ୍ତିପୁର ରାସ୍ତା ହିଁ ଏକମାତ୍ର ବିକଳ୍ପ । କିନ୍ତୁ ରାଇବଣିଆରୁ ଜଳେଶ୍ୱର ଆସିବା ପାଇଁ ଶିଖରପୁର ଓ ଗୁରୁଦାସପୁର ଠାରେ ୨ଟି ସେତୁ ରହିଛି । ଜଳେଶ୍ୱରସ୍ଥିତ ପୁରୁଣା ଓଟି ରୋଡରୁ ରାଇବଣିଆ ଯାଏ ଶାନ୍ତିପୁର ରୋଡର ବିଭିନ୍ନ ସ୍ଥାନରେ ରାସ୍ତାର ଦୂରବସ୍ଥା ଅବର୍ଣ୍ଣନୀୟ । ସୁବର୍ଣ୍ଣରେଖା ପୋଲ ନିକଟରେ ଆପ୍ରଚରୋଡ ରାସ୍ତା ଦୂରବସ୍ଥା ଯୋଗୁଁ ଦୁର୍ଘଟଣାମାନ ଘଟୁଛି । ପୁଣି ଶିଖରପୁର ଠାରୁ ଚାଫଲା ଛକ ମଧ୍ୟରେ ଆର୍‌ଡି ରାସ୍ତାର ରାସ୍ତାର ୩ଟି ସ୍ଥାନରେ ପିଚୁରାସ୍ତା ଉଠିଯାଇ ଗର୍ତ୍ତମାନ ସୃଷ୍ଟି ହୋଇଛି । ବର୍ଷା ପାଣି ଜମିବା ଫଳରେ ମେଟାଲ ଓ ମୋରମ କର୍ଦ୍ଦମାକ୍ତ ହୋଇ ପଡିଛି । ରାଇବଣିଆର ଏହି ମୁଖ୍ୟ ରାସ୍ତା ଜରୁରୀ ପରିସ୍ଥିତିରେ ମରାମତି କରିବାକୁ ଦାବି ହେଉଛି । ଏ ସଂପର୍କରେ ଗତ ସୋମବାର ସରପଂଚ ଦିଲ୍ଲିପ କୁମାର ସାମଲ, ହେମନ୍ତ କୁମାର ଗିରି, ଗିରିଜା ସାସମଲ, ମନୋଜ ସାସମଲ, ବିଜୟ ବେହେରା, ଗଂଗାଧର ଦାସ, ଦିଗାମ୍ବର ଦାସ, ଯତିନ୍ଦ୍ର ମହାନ୍ତି, ବ୍ରିଜେସ୍ ରଣା, ସୁକୁମାର ଘୋଷ, ସଂଜୟ ଘୋଷ, ସନ୍ଦିପ ଘୋଷ, ତପନ ଦାସ ପ୍ରମୁଖ ଜନପ୍ରତିନିଧିମାନେ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା