ଜଳେଶ୍ୱର ବିଇଓଙ୍କ ଚାକିରୀରୁ ଅବସର : ଦାୟିତ୍ୱ ନେଲେ ଏବିଇଓ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଇଓ ବିଜୟ କୁମାର ନାଥ ଦୀର୍ଘ ୨ ବର୍ଷ ଧରି ଜଳେଶ୍ୱରରେ ଗୋଷ୍ଠୀ ଶିକ୍ଷାଧିକାରୀଭାବେ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଆଜି ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି କାର୍ଯ୍ୟାଳୟରେ ଏବିଇଓ ଲଲାଟେନ୍ଦୁ କେଶରୀ ଜେନା, ବନବିହାରୀ ଦାସ ଅଧିକାରୀ, ସୁଶାନ୍ତ କୁମାର ଜେନା, ବରିଷ୍ଠ ସହାୟକ ପଂଚାନନ ଭୂୟାଁ, କନିଷ୍ଠ ସହାୟକ ଭାସ୍କର ଚନ୍ଦ୍ର ପରିଡା, ସଦର ସିଆର୍‌ସିସି ପଂକଜ କୁମାର ଜେନା ଓ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରି ଦୀର୍ଘଜୀବନ କାମନା କରିଥିଲେ । ବିଧାୟକ ଅଶ୍ୱନୀ କୁମାର ପାତ୍ର, ସମାଜସେବୀ ସୁବାଶିନୀ ଜେନା, ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କ ବହୁ ନେତୃସ୍ଥାନୀୟ ବ୍ୟକ୍ତି, ବୁଦ୍ଧିଜିବୀ, ଶିକ୍ଷାବିତ୍‌, ସାମ୍ବାଦିକ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାେଇଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟତ୍ରୀମାନେ ତାଙ୍କୁ ମାନପତ୍ର ଦେଇ ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କ ଚାକିରୀସୀମା ମଧ୍ୟରେ ସେ ବିଭିନ୍ନ ବିଦ୍ୟାଳୟର ବହୁ ଜଟିଳ ସମସ୍ୟାକୁ ସରଳ ଉପାରେ ସମାଧାନ କରିଥିବାରୁ ଜଳେଶ୍ୱରବାସୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ପ୍ରଥମେ କେନ୍ଦ୍ରପଡା ଜିଲାର ଜଅଁରାତିଠି ବଚ୍ଛେଶ୍ୱରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ କାର୍ଯ୍ୟ ଆରମ୍ଭ କରି ଦୀର୍ଘ ୩୪ବର୍ଷ ଧରି ବିଭିନ୍ନ ପଦପଦବୀରେ ରହି ନିଜର ଦାୟିତ୍ୱ ସମ୍ପନ୍ନ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ବହୁ ନବୋଦୟ ଛାତ, ସୌନିକସ୍କୁଲ ଛାତ୍ର ସୃଷ୍ଟି କରିପାରିଛନ୍ତି । ଏବେ ସେ କିଛି ମେଧାବୀ ଛାତ୍ରଛାତ୍ରୀ ତିଆରି କରିବା ସହିତ ସମାଜସେବା କରିବା ତାଙ୍କର ଇଚ୍ଛା ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଆଜି ସେ କାର୍ଯ୍ୟାଳୟର ଏବିଇଓ ଲଲାଟେନ୍ଦୁ କେଶରୀ ଜେନାଙ୍କୁ ଦାୟିତ୍ୱ ଅର୍ଜନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା