ଜଳେଶ୍ୱର ପରୀକ୍ଷା କେନ୍ଦ୍ରରେ ଜିଲାପାଳଙ୍କ ପରିଦର୍ଶନ:ମ୍ୟାଟ୍ରିକ୍ ପରୀକ୍ଷା ଶାନ୍ତିପୂର୍ଣ୍ଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଆଜି ବୁଧବାର ଆରମ୍ଭ ହୋଇଛି । ପରୀକ୍ଷା ଆରମ୍ଭରର କିଛି ସମୟ ପରେ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଜଳେଶ୍ୱର ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଜଳେଶ୍ୱର ବ୍ଲକର ୧୮ଟି ପରୀକ୍ଷା କେନ୍ଦ୍ରରେ ୩୩୮୬ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିରୁ ୯୭ଜଣ ଅନୁପସ୍ଥିତ ଥିବାର ଜଣାଯାଇଛି । ଏଥିନେଇ ବହୁ ଗୁଜବ ଓ ଆଶଙ୍କାର ପରିସମାପ୍ତି ଘଟିଛି । ଜଳେଶ୍ୱର ବ୍ଲକର ଶିଖରପୁରସ୍ଥିତ ଏସ୍‌ଏସ୍‌ବିବି ହାଇସ୍କୁଲରେ ୧୫୩ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେବାକୁ ଥିବା ବେଳେ ୩ଜଣ ଅନୁପସ୍ଥିତ ଅଛନ୍ତି । ସେହିପରି ଚମାରଗାଁରେ ପିଏନ୍ ହାଇସ୍କୁଲରେ ୧୭୪ରୁ ୧ଜଣ, ପାଇକସିଦାର ଜଳନ୍ଧର ହାଇସ୍କୁରର ୧୫୨ ଜଣରୁ୪ଜଣ, ମହୁଲିଆର ଏମ୍‌ଏନ୍ ହାଇସ୍କୁଲର ୧୮୯ରୁ୨ଜଣ, ଲକ୍ଷ୍ମଣନାଥ ସରକାରୀ ହାଇସ୍କୁଲର ୨୦୪ଜଣରୁ ୫ଜଣ, ଭଣ୍ଡାରୀପଲ୍ଲି ଏନ୍‌ସି ହାଇସ୍କୁଲର ୧୪୬ରୁ ୨ଜଣ, ମୁଣତୁଣିଆ ପିସି ହାଇସ୍କୁଲ ୧୫୫ରୁ ୧ଜଣ, ଓଲମରା ହାଇସ୍କୁଲର ୧୨୧ରୁ ୩ଜଣ, ଛମୌଜ ଏମ୍‌ସି ହାଇସ୍କୁଲର ୨୮୨ରୁ୮ଜଣ, ଖୁଲୁଡା ଶୀତଳା ହାଇସ୍କୁଲର ୧୭୯ ରୁ ୪ଜଣ, ପଶ୍ଚିମବାର୍ଡ ଆର୍‌କେ ହାଇସ୍କୁଲର ୨୫୪ ଜଣୁ ୧୧ଜଣ, ଜଳେଶ୍ୱର ନୋଡାଲ ହାଇସ୍କୁଲର ୧୬୭ରୁ ୧ଜଣ, ଚାଲନ୍ତି ଏସ୍‌ଏନ୍ ହାଇସ୍କୁଲର ୨୫୬ରୁ୧ଜଣ, ଜମାଳପୁର ବିଏନ୍ ଏକାଡେମୀର ୧୪୯ରୁ ୩ଜଣ, କମାରଶାଳିଆ ଏମ୍‌ଏସ୍ ଆଇସ୍କୁଲରେ ରାଜ୍ୟ ମୁ କ୍ତ ବିଦ୍ୟାଳୟର ୧୫୧ରୁ ୧୬ଜଣ, ନାମ୍ପୋ ହାଇସ୍କୁଲର ୧୨୭ରୁ ୮ଜଣ, ବାଗପୁଞ୍ଜି ଏସ୍‌ଦେବ ନୋଡାଲ ହାଇସ୍କୁଲର ୨୦୧ଜଣରୁ ୧ଜଣ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ହେଉଥିବା ଜଳେଶ୍ୱର ନୋଡାଲ ହାଇସ୍କୁଲର ୩୨୬ରୁ ୨୨ଜଣ ପରୀକ୍ଷାର୍ଥ ଅନୁପସ୍ଥିତ ଥିବା ହବ୍ ସେଣ୍ଟର ନୋଡାଲ ଅଫିସର ତଥା ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ଠାରୁ ପ୍ରକାଶ । ଜଳେଶ୍ୱର ନୋଡାଲ ହାଇସ୍କୁଲଟି ପ୍ରଶ୍ନପତ୍ରର ହବ୍‌ସେଣ୍ଟର ହୋଇଥିବାରୁ ପ୍ରଶ୍ନପତ୍ର ଗୁଡିକ ପରୀକ୍ଷାକେନ୍ଦ୍ରକୁ ପଠାଇବାଲାଗି ୫ଟି ଟିମ୍ ଗଠନ ହୋଇଛି । ଏଥିରେ ପୋଲିସ୍‌ର ସଶସ୍ତ୍ରବାହିନୀ ସହିତ ଶିକ୍ଷକମାନେ ପ୍ରଶ୍ନପତ୍ର ନେଇଯିବା ସହିତ ପରୀକ୍ଷାଖାତା ଧରି ଫେରୁଛନ୍ତି । ଆଜି ପରୀକ୍ଷା ଆରମ୍ଭ ହେବାର କିଛି ସମୟପରେ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଜଳେଶ୍ୱର ନୋଡାଲ ହାଇସ୍କୁଲରେ ପହଞ୍ଚି ପରୀକ୍ଷା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା