ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୮ଟି ନୂତନ ଆର୍‌ଆଇ କାର୍ଯ୍ୟାଳୟ ପାଇଁ ସରକାରଙ୍କ ମଞ୍ଜୁର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଜନସାଧାରଙ୍କ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ୮ଟି ନୂତନ ଆର୍‌ଆଇ କାର୍ଯ୍ୟାଳୟ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଜଳେଶ୍‌ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଘୋଷଣା କରିଛନ୍ତି । ପୂର୍ବରୁ ବିଧିବଦ୍ଧଭାବେ ଜଳେଶ୍ୱର ତହସିଲଦାର ଓ ବସ୍ତା ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା । ଜିଲାପାଳ ଉକ୍ତ ପ୍ରସ୍ତାବ ଗୁଡିକ ସୁପାସିଶ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗକୁ ପଠାଇଥିଲେ । ସରକାରଙ୍କ ନିକଟରୁ ଗତ ୩ତାରିଖରେ ଏହି ପ୍ରସ୍ତାବ ସୁପାରିଶ କରାଯାଇ ଜିଲାପାଳଙ୍କ ନିକଟକୁ ପଠାଯାଇଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ନୂତନ ଆର୍‌ଆଇ କାର୍ଯ୍ୟାଳୟ ଗୁଡିକ ହେଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ଗୋପୀମୋହନପୁର, ଗୋବରଘଟ୍ଟା, ମହମ୍ମଦନଗରପାଟଣା, ଦକ୍ଷିଣ ପ୍ରହରାଜପୁର ଓ ରାଇବଣିଆ । ସେହିପରି ବସ୍ତା ତହସିଲ ଅନ୍ତର୍ଗତ ରଘୁନାଥପୁର, ସିଂଲା ଓ ଉଜୁଡା ବୋଲିି ଜଣାଯାଇଛି । ଏହି ନୂତନ ୫ଟି ଆର୍‌ଆଇ କାର୍ଯ୍ୟାଳୟ ଖୋଲାଯିବାପରେ ଜଳେଶ୍‌ବର ତହସିଲ ଅନ୍ତର୍ଗତ ଆର୍‌ଆଇ କାର୍ଯ୍ୟାଳୟ ସଂଖ୍ୟା ୧୨ରେ ପହଞ୍ଚିବ ବୋଲି ବିଧାୟକ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା