ଜଳେଶ୍ୱରର ୩ ଟିଏମ୍‌ସିରୁ ୭୭ ଜଣଙ୍କ ସ୍ୱାବ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଦ୍ୟାବଧି ଜଳେଶ୍ୱର ବ୍ଲକରେ ଗୋଟିଏ ହେଲେ କରୋନା ପଜେଟିଭ୍ ଆସିନଥିବା ବେଳେ ବ୍ଲକ ଅଞ୍ଚଳକୁ ଆସୁଥିବା ପ୍ରବାସୀ ମାନଙ୍କର ସ୍ୱାବ ପରୀକ୍ଷା ଚାଲିଛି । ଆଜି ବାଲେଶ୍ୱରରୁ ଆସିଥିବା ଟେକ୍‌ନିଆନ୍ ମାନଙ୍କ ସହିତ ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ, ଡା. ବିପ୍ଳବ କୁମାର ପ୍ରଧାନ, ଡା. ପ୍ରଦୀପ କୁମାର ଦତ୍ତ, ପିଏଚ୍‌ଇଓ ଫକୀରମୋହନ ପ୍ରଧାନ, ସୁପର ଭାଇଜର ସାନ୍ତନୁ ମହାନ୍ତି, ବିପିଏମ୍ ସ୍ମିତା ପ୍ରମାଣିକ, ଏଲ୍‌ଏଚ୍‌ଭି ଅଳକା ଗିରି, ମହିଳା ସ୍ୱାସ୍ଥ୍ୟକର୍ମୀ ବିନତୀ ଟୁଡୁ, ଦିଲ୍ଲିପ ଗିରି, ଦୀପକ ପ୍ରଧାନ ପ୍ରମୁଖ ଜମାଳପୁର ବିଶ୍ୱନାଥ ଏକାଡେମୀରେ ଅବସ୍ଥାନ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୨ଜଣଙ୍କ ସ୍ୱାବ ସଂଗ୍ରହ କରିଛନ୍ତି । ସେହିପରି ଲକ୍ଷ୍ମଣନାଥ ଓ ଚମାର ଗାଁରେ ଥିବା ୨ଟି ଟିଏମ୍‌ସିରୁ ଅନ୍ୟ ୪୫ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ଜଣଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା