ଜଳେଶ୍ୱରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ୭୪ତମ ସ୍ୱାଧିନତା ଦିବସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଦ୍‌-୧୯ର କଟକଣା ମଧ୍ୟରେ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଦେଶର ୭୪ତମ ସ୍ୱାଧିନତା ଦିବସ ପାଳିତ ହେବା ସହିତ ତ୍ରୀରଙ୍ଗା ଉଡିଥିଲା । ଶନିବାର ସଟ୍‌ଡାଉନ୍ ଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଦିନ ୯ଟାରୁ ୧୧ଟା ମଧ୍ୟରେ ଏହା ପାଳନ ହେବାକୁ ନିର୍ଦ୍ଦେଶ ଥିଲା । ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରାଯାଇଥିବା ବେଳେ ବହୁ ସ୍ଥାନରେ ଅବଜ୍ଞା କରାଯାଇଥିଲା । ସକାଳ ୭ଟାରେ ସମାଜ କଲ୍ୟାଣ ବିକାଶ ପରିଷଦର କାର୍ଯ୍ୟାଳୟଠାରେ ସମ୍ପାଦକ ରାମଚନ୍ଦ୍ର ଜେନା, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ମିଳିତଭାବେ ପତାକା ଉେ ତ୍ତାଳନ କରିଥିବା ବେଳେ ଶତୃଗ୍ନ ରାଉତ, ଶରତ ପରିଡା, ଶଶାଂକ ମାହାନ୍ତି, ଡ. ଅଜିତ୍ ମହାନ୍ତି, ରବିନ୍ଦ୍ର ସେନାପତି, ସୁକୁମାର ରଣା, ସତ୍ୟନାରାୟଣ ଦାସ, ଅବନୀ ଚାନ୍ଦ, ଜେଆର୍ ନାଗେଶ୍ୱର ଓ ଅନ୍ୱେଷା ସ୍ୱରାଜ ଏଥିରେ ଯୋଗ ଦେଇଥିଲେ । ଜଳେଶ୍ୱର ମ୍ୟୁନିସିପାଲଟିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ତହସିଲରେ ତହସିଲଦାର କ୍ଷିରେଦ କୁମାର ପଣ୍ଡା, ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଆର୍‌ଡି କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଇଂ ତ୍ରିଲୋଚନ ସାହୁ, ପୁର୍ତ୍ତ ବିଭାଗରେ ଇଂ ଅଶୋକ କୁମାର ପଣ୍ଡା, ଓଏଲ୍‌ଆଇସି କାର୍ଯ୍ୟାଳୟରେ ରଘୁନାଥ ବିଶ୍ୱାଳ, ଦମକଳ କାର୍ଯ୍ୟାଳୟରେ ପ୍ରକାଶ ଚନ୍ଦ୍ର ମୁଦୁଲି, କୃଷିକାର୍ଯ୍ୟାଳୟରେ ଅନ୍ତର୍ଯ୍ୟାମୀ ଧିର, ଥାନାରେ ନଗରଦୀପ ସେଠୀ, ଏସ୍‌ଡିପିଓ କାର୍ଯ୍ୟାଳୟରେ ଅଂକିତା କୁମ୍ଭାର, ସେପାର୍ଟ ଏଣ୍ଡ କଲଚୁରାଲ ପକ୍ଷରୁ ଚିନ୍ମୟ ଦାସ ଓ ଡକ୍ଟର ଈଶ୍ୱର ଚନ୍ଦ୍ର ଜେନା, ଅବସରପ୍ରାପ୍ତ ସାମରୀକ କର୍ମଚାରୀ ପକ୍ଷରୁ ଜଳେଶ୍ୱର ବାଇପାସ୍‌ଠାରେ ଅଶୋକ କୁମାର ଜେନା, କଳାକାର ସଂଘ ପକ୍ଷରୁ ଗୌର ଦାସ ଓ ରାଧାକୃଷ୍ଣ ଗିରି, ଜିକେଭଟ୍ଟର ହସ୍‌ପିଟାଲରେ ଡା. ଦିଲ୍ଲିପ ପାତ୍ର, ହାତୀଗଡ ସିଏସ୍‌ସିରେ ଡା, ପ୍ରଭାସ ଚନ୍ଦ୍ର ନାୟକ, ଜଳେଶ୍ୱର ବିକାଶ ପରିଷଦ ପକ୍ଷରୁ ମନୋରଂଜନ ଦାସ ଓ କମଳ ଚକ୍ରବର୍ତ୍ତୀ, ବସଷ୍ଟାଣ୍ଡରେ ସୁଶାନ୍ତ କୁମାର ଜେନା, ରୋଟାରୀ କ୍ଲବରେ ସଭାପତି ଇଂ ପ୍ରଦିପ କୁମାର ବେହେରା ଓ ବିକାଶ ଧର ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦିକ ଦୀପ୍ତିମୟୀ ମହାପାତ୍ର ଉପସ୍ଥିତ ଥିଲେ । ଦିଗମ୍ବରୀଦେବୀ ଆଇଟିଆଇରେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଓ ଅଜିତ୍ କୁମାର ମହାନ୍ତି, ହସିଦ୍ କ୍ଲରେ ହରନାରାୟଣ ଜେନା ଓ ତପନ ବିଶ୍ୱାଳ, ନାମ୍ପୋଠାରେ ସୁମତୀ ଦେ, କନ୍ଦଡାରେ ସୁରେଶ ମହନ୍ତ, ଜଳେଶ୍ୱର ପବ୍ଲକି ସ୍କୁଲରେ ଶ୍ରୀମନ୍ତ କୁମାର ଘୋଷ, ଜଳେଶ୍ୱର ହାଇସ୍କୁଲରେ ଶଶୀକାନ୍ତ ପ୍ରଧାନ, ରାମକୃଷ୍ଣ ନୋଡାଲରେ ସୁମିତ୍ରା ଦତ୍ତ, ଆମ୍ବଳିଅଠା ସରସ୍ୱତୀ ବିଦ୍ୟାଳୟରେ ଗୌରାଙ୍କ ପାତ୍ର, ଟାଉନ୍ ହାଇସ୍କୁଲରେ ଡ. ଅଜିତ୍ ମହାନ୍ତି, ଡିକେ କଲେଜରେ ଡ. ରମେଶ ଚନ୍ଦ୍ର ରାଉତ, ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ ଡ. ପ୍ରଫୁଲ୍ଲ କୁମାର ଦେ, ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟରେ ରାଜଶ୍ୱେରୀ ପାଣିଗ୍ରାହୀ, ଜଗନ୍ନାଥ ଡିଗ୍ରୀ କଲେଜରେ ଜ୍ୟୋତ୍ସାରାଣୀ ଘୋଷ, ଶୀଚୈତନ୍ୟ ଦେବ ସ୍କୁଲରେ ମୂରଲୀ ପ୍ରଧାନ, ମାଧବଚନ୍ଦ୍ର ହାଇସ୍କୁଲରେ ମନୋରଂଜନ ଦାସ ପ୍ରମୁଖ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ । ସୂଚନାଯୋଗ୍ୟ କେତେକ ସରକାରୀ ଅନୁଷ୍ଠାନ ପତାକା ଉତ୍ତୋଳନ କରିନଥିବା ଆଲୋଚ୍ୟର ବିଷୟ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା