ଜଳେଶ୍ୱରରେ ଶିକ୍ଷା, ରାଜସ୍ୱ, କୃଷି ଓ ପଞ୍ଚାୟତରାଜ ବିଭାଗ ମୂରବୀ ଶୂନ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ରାଜସ୍ୱ, ପଞ୍ଚାୟତରାଜ, ଶିକ୍ଷା ଓ କୃଷି ବିଭାଗର ଉଚ୍ଚ ଅଧିକାରୀ ନ ଥିବାରୁ ପ୍ରଶାସନୀକ ସେବା ବ୍ୟାହତ ହେଉଛି । ଗତ କିଛିମାସ ପୂର୍ବରୁ ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କର ବଦଳୀ ହୋଇଥିବାରୁ ଅତିରୀିକ୍ତ ତହସିଲଦାର କ୍ଷିରୋଦ କୁମାର ପଣ୍ଡା ଏକା ବିଭିନ୍ନ ସମସ୍ୟା ଓ ପ୍ରଶାସନୀକ ଦାୟିତ୍ୱ ତୁଲାଇବା କଷ୍ଟକର ହୋଇ ଆସୁଛି । ଜଳେଶ୍ୱର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତ୍ୟାନନ୍ଦ ସାହୁ ଅବସର ନେବାପରେ ସେ ପଦବୀର ଭୋଗରାଇର ବିଡିଓ ଅତିରିକ୍ତ ଦାୟିତ୍ୱ ନେଇଥିବାରୁ ଏଠାରେ ସବୁଦିନ ଉପସ୍ଥିତ ରହିନପାରୁଥିବା ଯୋଗୁଁ ପ୍ରଶାସନିକ ସେବା ବ୍ୟାହତ ହେଉଛି । ଜଳେଶ୍ୱର କୃଷି ଜିଲା ଅଧିକାରୀ ସୁରେନ୍ଦ୍ର ମହାପାତ୍ରଙ୍କ ଏଠାରୁ ଅବସର ଗ୍ରହଣ ପରେ ସେଠାରେ ଦୀର୍ଘମାସଧରି ଅଚଳାବସ୍ଥା ସୃଷ୍ଟି ହୋଇଛି । ଏପରିକି କର୍ମଚାରୀମାନେ ଦରମା ପାଇବାରୁ ବଂଚିତ ହେଉଥିଲେ । ସେହିପରି ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଅବସର ଗ୍ରହଣ କରିଥିବାରୁ ସେଠାରେ ମଧ୍ୟ କାହାକୁ ନିଯୁକ୍ତି ମିଳିନାହିଁ । ଏ ସବୁ ପଦବୀରେ ଅତିଶ୍ରୀଘ୍ର ଅଧିକାରୀ ନିଯୁକ୍ତି କରିବାକୁ ଦାବୀ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା