ଜଳେଶ୍ୱରରେ ଛତୁଆ ବଣ୍ଟନ ନେଇ ଅନିଶ୍ଚିତତା-ସୁବର୍ଣ୍ଣା ମହାସଂଘର ଆନ୍ଦୋଳନ ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩ ମାସ ଧରି ଜଳେଶ୍ୱର ବ୍ଳକର ୩୮୦ଟି ଅଂଗନୱାଡି କେନ୍ଦ୍ରକୁ ଯେନତେନ ପ୍ରକାରେଣ ଛତୁଆ ବଣ୍ଟନ କରାଯାଉଥିଲେ ମଧ୍ୟ ଚଳିତ ମାସ ଅନିଶ୍ଚିତତା ଦେଖା ଦେଇଛି । ସୁବଣ୍ଣୟା ମହାସଂଘ ଏଥିନେଇ ଆନ୍ଦୋଳନ ଓ ବିକ୍ଷୋଭ କରିଥିବା ବେଳେ ଆସନ୍ତାକାଲି ସମସ୍ୟାର ସମାଧାନ ହେବବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି । ସୁବର୍ଣ୍ଣା ଛତୁଆ ମହାସଂଘର ଅର୍ଥ ଉଠାଣ ନେଇ କେତେକ ସମସ୍ୟା ସୃଷ୍ଟି ହାଇଥିବାରୁ ଆଜି ଜଳେଶ୍ୱର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା ସହିତ ଫାଟକକୁ ତାଲା ପକାଯାଇ ବନ୍ଦ କରାଯାଇଥିଲା । ସୂଚନାଯୋଗ୍ୟ ଜଳେଶ୍ୱର ବ୍ଲକର ୧୦ଟି ପଂଚାୟତ ଓ ମ୍ୟୁନିସିପାଲଟିରେ ଥିବା ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରକୁ ଏହି ମହାସଂଘ ଛତୁଆ ଯୋଗାଇ ଆସୁଛି । ଅନ୍ୟ ୨୫ଟି ପଞ୍ଚାୟତକୁ ଭୋଗରାଇ ଅଞ୍ଚଳରେ ଥିବା କାଳିମାତା ଏସ୍‌ଏଚ୍‌ଜି ମହାସଂଘ ଛତୁଆ ଯୋଗାଇଥାଏ । ମିଶନଶକ୍ତିର ନୂତନ ନିୟମ ଅନୁଯାୟୀ ଆଇସିଡିଏସ୍ ଅଧିନରେ କାର୍ଯ୍ୟ କରୁଥିବା ସିଆର୍‌ପିମାନେ ସଂଘର କୌଣସି ପଦପଦବୀରେ ରହିପାରିବେ ନାହିଁ । ଏହି ମହାସଂଘର ସଂପାଦକ ଦାୟିତ୍ୱରେ ଥିବା ବନିତା ଗିରି ସିଆର୍‌ପି ଭାବେ କାର୍ଯ୍ୟ କରୁଥିବାରୁ ନିୟମ ଅନୁଯାୟୀ ସେ ମହାସଂଘରେ କାର୍ଯ୍ୟ କରିପାରିବେ ନାହିଁ । ସଂଘ ପକ୍ଷରୁ ତାଙ୍କ ସ୍ଥାନରେ କାଂଚନ ପରିଡାଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାହା ବେନିୟମ ବୋଲି ସିଡିପିଓ କହିଛନ୍ତି । ଗତ ୨ ମାସ ଧରି ସଂଘ ପକ୍ଷରୁ ଛତୁଆ ବଣ୍ଟନ କରାଯାଉଥିଲେ ମଧ୍ୟ ବ୍ୟାଂକରୁ ଟଙ୍କା ଉଠାଣ ହୋଇ ପାରୁନଥିବାରୁ କେତେକ ସମସ୍ୟା ଉପୁଜିଛି । ଟଙ୍କା ନ ପାଇ ଭଡାରେ ଚାଲୁଥିବା ମହାସଂଘର କାର୍ଯ୍ୟାଳୟକୁ ଘରମାଲିକ ବନ୍ଦ କରିବା ଫଳରେ ଛତୁଆ ତିଆରି ଅନ୍ୟଏକ ସମସ୍ୟା ଦେଖା ଦେଇଛି । ତେଣୁ ଚଳିତ ମାସର ଛତୁଆ ବଣ୍ଟନ ନେଇ ଅନିଶ୍ଚିତତା ପ୍ରକାଶ ପାଉଛି । ଏ ସମ୍ପର୍କରେ ସିଡିପିଓ ନିହାରିକା ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା କାଲି ବିଏଲ୍‌ଏଫ କମିଟି ଗଠନ କରାଯାଇ ଛତୁଆ ବଣ୍ଟନକୁ ସ୍ୱାଭିବିକ କରାଯିବ । ହିତାଧିକାରୀ ଓ ଅଙ୍ଗନୱାଡି ଗୁଡିକ ଠିକ୍ ସମୟରେ ଛତୁଆ ପାଇପାରିବେ ବୋଲି କହିଛନ୍ତି । ଶେଷରେ ବିଡିଓ ଦିପ୍ତିରଂଜନ ସେଠୀ ଘଟଣାସ୍ଥଳରେ ପହଞ୍ଚି ଫାଟକର ତାଲା ଖୋଲିବାକୁ ଦାଗିତ୍ କରିଥିଲେ ଏବଂ ଆସନ୍ତା ମଂଗଳବାର ଏ ସଂପର୍କରେ ବିଧବଦ୍ଧ ବୈଠକରେ ସମସ୍ୟାର ସମାଧନା ହେବା ବୋଲି କହିବାପରେ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ଉପସ୍ଥିତିରେ ଫାଟକ ଖୋଲିଥିଲା । ଆଜିର ଆନ୍ଦୋଳନରେ ମହାସଂଘର ସଭାନେତ୍ରୀ ନିୟତୀ ରାଜ, ସଂପାଦିକା କାଂଚନବାଳା ପରିଡା, ସୁମିତ୍ରା ଜେନା, ସବିତା ପାତ୍ର, ଗିତାଞ୍ଜଳି ବାରିକ, ସଂଧ୍ୟାରାଣୀ ଜେନା ପ୍ରମୁଖ ବହୁ ସଭ୍ୟା ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା